କଟକ ( ଆୱାଜ ମିଡ଼ିଆ ) – ଅମ୍ରିତା ପଟ୍ଟନାୟକ : ଅର୍ଣ୍ଣପୂର୍ଣ୍ଣା ଥିଏଟର ର ଜାଗାକୁ ହଡପ ପାଇଁ ଉଦ୍ୟମ ! ଘଟଣାର ତଦନ୍ତ ଏବଂ କାର୍ଯ୍ୟାନୁଷ୍ଠାନ ପାଇଁ ରାଜ୍ୟ ପୁଲିସ ମହାନିର୍ଦ୍ଦେଶକଙ୍କୁ ଦାବୀପତ୍ର ପ୍ରଦାନ ! ଐତିହାସିକ ସହର ତଥା ପୂର୍ବତନ ରାଜଧାନୀ କଟକର ଅର୍ଣ୍ଣପୂର୍ଣ୍ଣା ଥିଏଟର ଏକ ଜଣାଶୁଣା ଜାଗା । ଯେଉଁଠି କଳାପ୍ରତିଭାକୁ କିପରି ବିଶ୍ବ ସ୍ତରକୁ ନିଆଯାଇ ପାରିବ ସେତେବେଳ ମଞ୍ଚ କଳାକାର ମାନେ ଏଇଠି ପ୍ରୟାସ କରିଥିଲେ । ହେଲେ , ଦୁଖଃର ବିଷୟ କିଛି ଦିନରୁ ଏହି ଅର୍ଣ୍ଣପୂର୍ଣ୍ଣା ଥିଏଟରର କିଛି ଅଂଶକୁ କେତେକ ଖଳପ୍ରକୃତିର ଲୋକ ମାଡି ବସିବା ପାଇଁ ଉଦ୍ୟମ କରିଛନ୍ତି । ସବୁଠାରୁ ବଡ଼ କଥା ହେଉଛି ଅର୍ଣ୍ଣପୂର୍ଣ୍ଣା ଥିଏଟର ଟି ଅର୍ଣ୍ଣପୂର୍ଣ୍ଣା କମ୍ପ୍ଲେକ୍ସ ର ମାତ୍ର ଗୋଟିଏ ଛୋଟିଆ ଜାଗା । ଅର୍ଣ୍ଣପୂର୍ଣ୍ଣା ଥିଏଟର ଟି ଅର୍ଣ୍ଣପୂର୍ଣ୍ଣା କମ୍ପ୍ଲେକ୍ସ ର ପରିଧି ଭିତରେ ରହିଛି । ମାଲିକଙ୍କ କହିବା କଥା କିଛି ଲୋକ ଗତ ଲକଡଉନ ଓ ସଡଡାଉନ ସମୟରେ କୁଟ ଚକ୍ରାନ୍ତ କରି ଜବରଦଖଲ କରିଛନ୍ତି ଓ ଏହି ଜମିକୁ ନିଜ ନାମରେ କରି ଘର ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲା ବେଳେ ଏହାର ପ୍ରତିବାଦ କରିବା ସହ କେସ୍ କରାଯାଇଛି । କିନ୍ତୁ ବିଗତ ଦିନରେ କିଛି ତଦନ୍ତ କରାଯାଇନାହିଁ । କେମିତି ପଟା ପାଉତି କରାଯାଇଛି ଓ ଏହି କାର୍ଯ୍ୟରେ କିଏ କିଏ ଲିପ୍ତ ଥିଲେ ତାର କିଛି ଖୋଜ ଖବର ନାହିଁ । ଜାଗା ମାଲିକଙ୍କ କହିବା କଥା ଏଦିଗରେ କୌଣସି ତଦନ୍ତ ହେଉନାହିଁ କି ସରକାର ଏଥିପ୍ରତି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହାଁନ୍ତି । ସେଥିପାଇଁ ଡିଜି ଅଫିସ୍ କୁ ଯାଇ ଡିଜି ମହାଶୟଙ୍କୁ ସରକାରୀ ବାବୁମାନଙ୍କର ସଂକୃକ୍ତି ଥିବା ନେଇ ଲିଖିତ ଅଭିଯୋଗ କରିଛନ୍ତି ।
ଅର୍ଣ୍ଣପୂର୍ଣ୍ଣା ଥିଏଟର ର ଜାଗାକୁ ହଡପ ପାଇଁ ଉଦ୍ୟମ !!!

