ପାରାଦୀପ ( ଆୱାଜ ମିଡ଼ିଆ ) – ଚକ୍ରବର୍ତ୍ତୀ ଓତା : ସ୍ଥାୟୀ ନିଯୁକ୍ତି ଦାବିରେ ସ୍ଥାନୀୟ ଜମିହରା ଶିକ୍ଷିତ ଯୁବକଙ୍କ ଆର୍ସେଲର ମିତ୍ତଲ ନିପ୍ପନ୍ ଷ୍ଲିଲ୍ କାରଖାନାର ଫାଟକ ସମୁଖରେ ଅନଶନ । ପାଠ ପଢିଲେ ଇଞ୍ଜିନିୟରିଙ୍ଗ , ଜମି ଦେଲେ କମ୍ପାନୀକୁ ! ଆଉ ଜମିହରା ହୋଇ ସ୍ଥାୟୀ ନିଯୁକ୍ତି ଦାବୀରେ ଶେଷରେ ନିଜ ବୁଢୀ ବୟସର ମା ‘ କୁ ଧରି କମ୍ପାନୀ ଫାଟକ ଆଗରେ ଆମରଣ ଅନଶନ କରିବାକୁ ବାଧ୍ୟ ହେଲେ | ଏଭଳି ଘଟଣା ଆଜି ଦେଖିବାକୁ ମିଳିଛି ବନ୍ଦର ନଗରୀ ପାରାଦୀପର ଆର୍ସେଲର ମିତ୍ତଲ କମ୍ପାନୀ ଆଗରେ | ସ୍ଥାନୀୟ ନୂଆଗଡ଼ ଓ ଭୂତମୁଣ୍ଡାଇ ପଞ୍ଚାୟତର ଏହି ଜମିହରା ପରିବାର ର ଇଞ୍ଜିନିୟରଙ୍କୁ ଦୀର୍ଘ ୭ ବର୍ଷ ହେବ ଠିକା ନିଯୁକ୍ତି ଦେଇଥିବା ବେଳେ ଏମାନଙ୍କ ସ୍ଥାୟୀ ନିଯୁକ୍ତି, ବୀମା ଓ ମେଡିକାଲ୍ ସୁବିଧା ଯୋଗାଇ ଦେଉନଥିବା ସେମାନେ ଅଭିଯୋଗ କରିଛନ୍ତି | କତୃପକ୍ଷ ଏହାର ସମାଧାନ ଦିଗ ରେ ଦୃଷ୍ଟି ଆକର୍ଷଣ ନେଇ ଦାବୀ ହେଉଛି ।

