ସରକାରଙ୍କୁ ସାହାଯ୍ୟ ପାଇଁ ଆକୁଳ ନିବେଦନ କଲେ ସବିତା !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ମୋହନା ବ୍ଳକ ଅନ୍ତର୍ଗତ କଚ୍ଚବାଡ଼ି ଗ୍ରାମ ପଞ୍ଚାୟତର ରଙ୍ଗାଗୁଡା ଗ୍ରାମର ସବିତା ମଲ୍ଲିକ । ତାଙ୍କ ବାପା ଗୁରୁବାରିଆ ମଲ୍ଲିକ କିଛି ବର୍ଷ ପୂର୍ବେ ତାଙ୍କୁ ଛାଡି ଆର ପାରିକୁ ଚାଲିଯିବା ପରେ ମାଆ ପୈଙ୍ଗାଲୁ ମଧ୍ୟ କିଛି ବର୍ଷ ହେବ ପକ୍ଷାଘାତ ରୋଗରେ ପଡ଼ି ସବୁଦିନ ପାଇଁ ଶଯ୍ୟା ଶାୟୀ ହୋଇ ପଡିଛନ୍ତି । ନା ସେ ବସି ପାରୁଛନ୍ତି , ନା ସେ ଚାଲି ପାରୁଛନ୍ତି । ତାଙ୍କ ହାତ ଓ ଗୋଡ଼ ସମ୍ପୂର୍ଣ୍ଣ ଅଚଳ ହୋଇ ପଡିଛି । ତାଙ୍କର ସେବା ସୁଶୃଶା ସବୁ ସବିତା ହିଁ କରୁଛନ୍ତି । ସବିତା ଙ୍କ ସାହା ଭରସା ବୋଲି ଆଉ କେହି ବି ନାହାନ୍ତି । ସବିତା କୁଲି ମଜୁରୀ ଖଟିଲେ ରୋଗିଣୀ ମାଆଙ୍କୁ ସେବା କରିବା ସହ ଦୁଇ ପ୍ରାଣୀ କଷ୍ଟେ ମଷ୍ଟେ ଚଳିଯାନ୍ତି । ସବିତା ଏବେ ଏମିତି ଦୁର୍ଦଶା ଦେଇ ଗତି କରୁଥିବା ବେଳେ ସେ ଏବେ ନିଜ ଭବିଷ୍ୟତ ଗଢି ପାରୁଛନ୍ତି , ନା ନିଜ ମାଆଙ୍କ ଚିକିତ୍ସା ପାଇଁ ଅର୍ଥ ଯୋଗାଡ଼ କରି ପାରୁଛନ୍ତି । ଭାଗ୍ୟ କୁ ଆଦରି ଧୈର୍ଯ୍ୟର ସହିତ ବାଟ ଚାଲୁଛନ୍ତି ସବିତା । ତେବେ ଖବର ପାଇ ମୋହନା ଅଞ୍ଚଳର ଜଣେ ସାମାଜିକ କର୍ମୀ ଆହ୍ୱାନ ଭାଇ ସବିତାଙ୍କ ନିକଟରେ ପହଞ୍ଚି ଭଲ ମନ୍ଦ ବୁଝିଥିଲେ । ତେବେ ଅସହାୟ ସବିତା ଏବେ ସରକାରୀ ସହାୟତା କୁ ଚାହିଁ ବସିଛନ୍ତି । ଗ୍ରାମବାସୀ ମାନେ ମଧ୍ୟ ସବିତାର ପରିବାରକୁ ସରକାର କିଛି ସହାୟତା ଯୋଗାଇ ଦେବାକୁ ଅନୁରୋଧ କରିଛନ୍ତି ।

Leave a Reply

Your email address will not be published. Required fields are marked *