ଯତୀନଙ୍କୁ ନେଇ ପାରାଦୀପ ରାଜନୀତିରେ ଚର୍ଚ୍ଚା : ବିଜେପିର ନିନ୍ଦା !!!

Spread the love

ପାରାଦୀପ ( ଆୱାଜ ମିଡ଼ିଆ ) – ଚକ୍ରବର୍ତ୍ତୀ ଓତା : ଯତୀନଙ୍କୁ ନେଇ ସରଗରମ ହୋଇଉଠିଛି ପାରାଦୀପ ରାଜନୀତି | ଗତ କିଛି ଦିନ ତଳେ ଆଶା ଦିଦି ଙ୍କ ଗଣ ଦୁଷ୍କର୍ମ ଘଟଣା ର ମୁଖ୍ୟ ଅଭିଯୁକ୍ତ ଯତୀନ ଏବେ ବିଚାର ବିଭାଗୀୟ ଜେଲ ହାଜତରେ ଥିବାବେଳେ ଯତୀନ ଙ୍କ ସହିତ ବାପି ସର୍ଖେଲ ଙ୍କ ଫଟୋ ଥିବା ଦେଖାଇ ପାରାଦୀପ ବିଜେପି ଯୁବମୋର୍ଚ୍ଚା ପ୍ରଥମେ ସାମ୍ବାଦିକ ସମ୍ମିଳନୀ ଓ ଆଜି ରାସ୍ତା ରେ ବିକ୍ଷୋଭ କରିଥିବା ଦେଖାଯାଇଛି | ବାପି ପାରାଦୀପ ରେ ଅପରାଧୀକ କାର୍ଯ୍ୟକଳାପ କରିବାକୁ ପ୍ରୋତ୍ସାହନ ଯୋଗାଉଥିବା ଓ ତାଙ୍କ ଛତ୍ରଛାୟା ତଳେ ରହି ଅନେକ ଅସାମାଜିକ ଯୁବକ ପାରାଦୀପ ରେ ଅପରାଧ ଘଟାଉଥିବା ଓ ଦୁଷ୍କର୍ମକାରୀ ଯତୀନ ତାଙ୍କ ଅନୁଗାମୀ ହୋଇଥିବା ବେଳେ ସେ ଏହାରି ପଛରେ ରହି ସବୁ କରାଉଥିବା ବିଜେପି ଯୁବମୋର୍ଚ୍ଚା ଅଭିଯୋଗ କରିଛି | ଅନ୍ୟପଟେ ବାପି ଙ୍କ ଆମ ପାରାଦୀପ ଆମ ପ୍ରଗତି ର ଯୁବ ମୋର୍ଚ୍ଚା ମଧ୍ଯ ଯତୀନ ଙ୍କ ସହ ବିଭିନ୍ନ ନେତା ଙ୍କ ଫଟୋ ଥିବା ଦେଖାଇ ସାମ୍ବାଦିକ ସମ୍ମିଳନୀ କରି ସାରିଛନ୍ତି | ଦୁଷ୍କର୍ମ ଘଟଣା ର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ଯତୀନ ଜେଲର ଚାରି କାନ୍ଥ ମଧ୍ୟରେ ଥିବା ବେଳେ ପାରାଦୀପ ରାଜନୀତି ତାଙ୍କ ପାଇଁ ଏବେ ପଡୁଚି ଉଠୁଚି |

Leave a Reply

Your email address will not be published. Required fields are marked *