ଭୁବନେଶ୍ୱର ରବୀନ୍ଦ୍ର ମଣ୍ଡପରେ ପ୍ରଦର୍ଶିତ ହେବ ପାରଳା ନାଟକ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଓଡ଼ିଶା ସରକାରଙ୍କ ଭାଷା ସାହିତ୍ୟ ସଂସ୍କୃତି ବିଭାଗ, ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ, ଓଡ଼ିଶା ନାଟ୍ୟ ସଂଘ ର ମିଳିତ ଆନୁକୁଲ୍ୟରେ ଆୟୋଜିତ ହେଉଥିବା ନିୟମିତ ନାଟ୍ୟ ପରିକ୍ରମା କାର୍ଯ୍ୟକ୍ରମ ନାଟ୍ୟଧାରା ରେ ପରିବେଷଣ ହେବ ପାରଳା ର ନାଟକ “ଭୋକ” । ପ୍ରଥମ ଓଡ଼ିଆ ନାଟକ ଓ ରଙ୍ଗମଞ୍ଚ କୁ ଜନ୍ମ ଦେଇଥିବା ମାଟି ପାରଳାଖେମୁଣ୍ଡି ର ଅଗ୍ରଣୀ ନାଟ୍ୟ ସଂଗଠନ କ୍ରିଏଟିଭ ଆର୍ଟସ୍ ର କଳାକାର ମାନେ ଭୁବନେଶ୍ଵରର ଐତିହାସିକ ରବୀନ୍ଦ୍ର ମଣ୍ଡପ ରେ ଆସନ୍ତା ସେପଟେମ୍ବର ୧୯ ସନ୍ଧ୍ୟା ରେ ଏହି ନାଟକ ପ୍ରଦର୍ଶନ କରିବା ପାଇଁ ଯାଉଛନ୍ତି, ବିଶେଷ ଭାବରେ ଭୁବନେଶ୍ୱର ରେ ରହୁଥିବା ଗଜପତି ବାସୀ ମାନଙ୍କ ମଧ୍ୟରେ ଏଥି ପାଇଁ ଉତ୍ସାହ ଖେଳିଯାଇଛି କାରଣ ଦୀର୍ଘ ବର୍ଷ ପରେ ପାରଳା ର କଳାକାର ମାନେ ରାଜଧାନୀ ରେ ନାଟକ ପରିବେଷଣ କରିବେ । ଏହି ନାଟକ କୁ ପ୍ରଭାକର ପାତ୍ର ରଚନା କରିଥିବା ବେଳେ ନିର୍ଦ୍ଦେଶନା ଦେଇଛନ୍ତି ଯୁବ ନିର୍ଦ୍ଦେଶକ ମନୋଜ ପାଢ଼ୀ (ମୁନା) । ନାଟକ ର ପୂର୍ବାଭିନୟ ଯୋରଦାର ଚାଲିଥିବା ବେଳେ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି, ଆସନ୍ତା କାଲି ୧୮ ତାରିଖ ରେ ପାରଳା ର ଏହି ନାଟ୍ୟଦଳ ଭୁବନେଶ୍ବର ଅଭିମୁଖେ ବାହାରିବେ ବୋଲି କହିଛନ୍ତି ଅନୁଷ୍ଠାନ ର ଯୁଗ୍ମ ସମ୍ପାଦକ ଆଦର୍ଶ ଦାସ !

Leave a Reply

Your email address will not be published. Required fields are marked *