ପାରାଦୀପ ( ଆୱାଜ ମିଡ଼ିଆ ) – ଚକ୍ରବର୍ତ୍ତୀ ଓତା : କୁଜଙ୍ଗ ଓକିଲ ସଘଂ ପକ୍ଷରୁ କୁଜଙ୍ଗ କୋର୍ଟ ପରିସରରେ ଜୁଡିସିଆଲ କୋର୍ଟ ର ପ୍ରତିଷ୍ଠା ଦିବସ ଓ କୁଜଙ୍ଗ ଓକିଲ ସଂଘର ବାର୍ଷିକ ଉତ୍ସବ ସଭାପତି ସୁଶାନ୍ତ କୁମାର ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଓଡ଼ିଶା ଉଚ୍ଚ ନ୍ୟାୟାଳୟର ବରିଷ୍ଠ ବିଚାରପତି ଡକ୍ଟର ବିଦ୍ୟୁତ ରଞ୍ଜନ ଷଡଙ୍ଗୀ ଓ ନ୍ୟାୟମୂର୍ତ୍ତି ଶତୃଘନ ପୂଜାହାରୀ ସ୍ଵତନ୍ତ୍ର ଅତିଥି ଭାବେ ଯୋଗଦେଇ କୁଜଙ୍ଗ ଓକିଲ ସଙ୍ଘର ଭୂମିକା ଓ କାର୍ଯ୍ୟଧାରାକୁ ପ୍ରଶଂସା କରିବା ସହ ଆଇନଜୀବୀ ଓ ବିଚାରପତିଙ୍କ ମଧ୍ୟରେ ଉତ୍ତମ ସମନ୍ୱୟ ଜରୁରୀ ବୋଲି ମତବ୍ୟକ୍ତ କରିଥିଲେ । ଏପରି ହେଲେ ନ୍ୟାୟିକ ପ୍ରକ୍ରିୟା ସୁଦୃଢ଼ ହେବ ବୋଲି ଓଡ଼ିଶା ଉଚ୍ଚନ୍ୟାୟାଳୟର ବରିଷ୍ଠ ବିଚାରପତି ପ୍ରକାଶ କରିଥିଲେ। ସେହିପରି ଜିଲ୍ଲା ଜଜ୍ ଅନୁପ କୁମାର ଚନ୍ଦନ ଉପସ୍ଥିତ ରହି ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ । ଆୟୋଜିତ ଉତ୍ସବ ରେ ମଞ୍ଚାସୀନ ଅତିଥିଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲ। । ଏହି ଅବସରରେ ଜିଲ୍ଲା ର ବହୁ ପଦାଧିକାରୀ, ଜିଲ୍ଲା ବାର ଆସୋସିଏସନର ସଭାପତି ଓ ସମ୍ପାଦକଙ୍କ ସମେତ କଟକର ବହୁ ବରିଷ୍ଠ ଆଇନଜୀବୀ ଏହି ଉତ୍ସବରେ ଯୋଗ ଦେଇଥିଲେ । ପରେ ବିଚାରପତି ମାନେ କୁଜଙ୍ଗର ନିର୍ମାଣାଧୀନ ନୂତନ ଜୁଡିସିଆଲ କମ୍ପ୍ଲେକ୍ସ ବୁଲି ଭିତ୍ତିଭୂମି ପରିଦର୍ଶନ କରିଥିଲେ ।

