ତାଳଚେର ର ବିକାଶ ଫାଉଣ୍ଡେସନ୍ ଟ୍ରଷ୍ଟ ପକ୍ଷରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ !!!

Spread the love

ତାଳଚେର ( ଆୱାଜ ମିଡ଼ିଆ ) – ଟଙ୍କଧର ଗଡ଼ନାୟକ : ସ୍ୱାଧୀନତାର ଅମୃତ ମହୋତ୍ସବ ପାଳନ ଅବସରରେ ତାଳଚେର ର ବିକାଶ ଫାଉଣ୍ଡେସନ୍ ଟ୍ରଷ୍ଟ ପକ୍ଷରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ବୃକ୍ଷରୋପଣ କାର୍ଯ୍ୟକ୍ରମ ଆଠମଲ୍ଲିକ ଓ କିଶୋର ନଗର ବ୍ଲକର ବିଭିନ୍ନ ଗ୍ରାମରେ ଅନୁଷ୍ଠିତ ହୋଇଥିଲା । ବ୍ଲକର ୧୧ ଟି ଗ୍ରାମ ଓ ପ୍ରତ୍ୟେକ ଗ୍ରାମର ୩୦ଟି ପରିବାର ମୋଟ ୩୩୦ ଟି ପରିବାରକୁ ଚିହ୍ନିତ କରି ଏହି କାର୍ଯ୍ୟକ୍ରମରେ ଯୋଡି ହୋଇଥିଲେ । ଗୋଟିଏ ପରିବାରକୁ ୫ ଟି ବିଭିନ୍ନ ପ୍ରକାରର ଗଛ ଦିଆଯାଇଥିଲା । ସେମାନେ ନିଜ ଘରର ଚତୁପାର୍ଶ୍ଵ ରେ ଲଗାଇଥିଲେ ଏବଂ ଏହାର ରକ୍ଷଣାବେକ୍ଷଣ କାର୍ଯ୍ୟ ମଧ୍ୟ ଦିଆଯାଇଥିଲା । ଏହି ଦୁଇଟି ବ୍ଲକରେ ପ୍ରାୟ ୧୫ ଶହ ବୃକ୍ଷରୋପଣ କରାଯାଇଛି । ଏହି ଅଭିଯାନରେ ଆଠମଲ୍ଲିକ ର ୫ଟି ଗ୍ରାମ ଯଥା – ପାଇକସାହି, ସାପଘରା, ସାନହୁଲା, କୁମୁମ୍‌ପଟା, କୃତିବାସପୁର ଏବଂ ସେହିପରି କିଶୋରନଗର ବ୍ଲକର ୬ଟି ଗ୍ରାମ ଯଥା – ବଡରହିଲା, ହରିପୁର, ନକଟିନାଳି, ବଇଜା, ମାନିକପୁର ଓ ଭାଙ୍ଗମୁଣ୍ଡା । ପ୍ରତ୍ୟେକ ଗ୍ରାମରେ ସ୍ୱଚ୍ଛତାରେ କେତେକ ସ୍ୱେଚ୍ଛାସେବୀ ଜଗେଶ୍ୱର ସାହୁ, ସରୋଜ କୁମାର ଦେହୁରୀ, ପ୍ରକାଶ କୁମାର ନାଏକ, ଭଗବାନ ଦାଶ, ଲକ୍ଷ୍ମଣ ସାହୁ, ପିଂଟୁ ପ୍ରଧାନ, ରଣଜିତ ବେହେରା, ମନୋଜ କୁମାର ପ୍ରଧାନ, ପିଙ୍କୁ ସାହୁ, ସିଦ୍ଧାନ୍ତ ବେହେରା, ଦେବାଶିଷ ସାହାନି ପ୍ରମୁଖ ଏହି ଅଭିଯାନରେ ସାମିଲ ହୋଇଥିଲେ । ବିକାଶ ଫାଉଣ୍ଡେସନ୍ ର ମ୍ୟାନେଜିଂ ଟ୍ରଷ୍ଟି ମୃଦୁଳା ଠାକୁର ପ୍ରଧାନ ସମସ୍ତ ସ୍ୱେଚ୍ଛାସେବୀ, ଆଠମଲ୍ଲିକ ରେଞ୍ଜ ର ବନ ଅଧିକାରୀ ଏ. ଆନନ୍ଦ, ବାମୁର ରେଞ୍ଜ ଅଧିକାରୀ ସରୋଜ କୁମାର ମିଶ୍ର, ଠାକୁରଗଡ ରେଞ୍ଜ ଅଧିକାରୀ ବବୃବାହାନ ସାହୁ, ଫରେଷ୍ଟର ସୁବ୍ରତ ଶତପଥି ଓ କମ୍ପ୍ୟୁଟର ଅପରେଟର ସୁମନ୍ତ ସାହୁଙ୍କ ସହଯୋଗ ଯୋଗୁଁ ଅଭିନନ୍ଦନ ଓ ଧନ୍ୟବାଦ ଜ୍ଞାପନ କରିଛନ୍ତି ।

Leave a Reply

Your email address will not be published. Required fields are marked *