ନାଲକୋ ବିଶ୍ୱକର୍ମା ପୂଜାରେ ବଡ଼ ଧରଣର ଅଘଟଣ : ଅଳ୍ପକେ ବର୍ତିଲେ ୮ ଜଣ ଟେଣ୍ଟ ହାଉସ ଶ୍ରମିକ !!!

0
149
Spread the love

ଅନୁଗୁଳ ( ଆୱାଜ ମିଡ଼ିଆ ) – ଟଙ୍କଧର ଗଡ଼ନାୟକ : ଅନୁଗୁଳ ଜିଲ୍ଲା ନାଲକୋ ରେ ହେଉଥିବା ପ୍ରସିଦ୍ଧ ବିଶ୍ୱକର୍ମା ପୂଜାର ଖଦି ଓ ଗ୍ରାମ୍ୟଦୋଗ ଷ୍ଟଲ ପାଇଁ ହେଉଥିବା ଟେଣ୍ଟ ଟି ଭୁଶୁଡି ଯିବାରୁ ଟେଣ୍ଟ ଉପରେ ଥିବା 8 ଜଣ କର୍ମଚାରୀ ହଠାତ ଖସି ପଡ଼ିଥିଲେ ଓ ସେମାନଙ୍କ ମଧ୍ୟରୁ 5 ଜଣ ଆହତ ହୋଇଛନ୍ତି ! ସେମାନଙ୍କୁ ତୁରନ୍ତ କିଛି ବ୍ୟକ୍ତି ଙ୍କ ସହାୟତା ରେ ନାଲକୋ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ସେମାନେ ସମସ୍ତେ ସିଂ ଟେଣ୍ଟ ହାଉସ ର ଶ୍ରମିକ ବୋଲି ଜଣା ପଡ଼ିଛି ତେବେ ଆହତ ବ୍ୟକ୍ତି ମାନେ ହେଲେ ବିରେନ୍ଦ୍ର ବିଶ୍ୱାଳ , ମନୋଜ ସାହୁ , ବିମ୍ବାଧର ସାମଲ , ଅରକ୍ଷିତ ସାହୁ , ମହରଗା ଭୁତିଆ ! ତେବେ ଏଠାରେ କୁହାଯାଇ ପାରେ କି ନାଲକୋ ରେ ଆଜି ଏକ ବଡ଼ ଧରଣ ର ଅଘଟଣ ରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ଶ୍ରମିକ ମାନେ । ଖବର ପାଇ ଘଟଣା ସ୍ଥଳ କୁ ସାମ୍ବାଦିକ ମାନେ ଯାଇଥିବା ବେଳେ ନାଲକୋ ର ସୁରକ୍ଷା କର୍ମୀ ସେମାନଙ୍କୁ ଅଟକାଇ ଥିଲେ । ସାମ୍ବାଦିକ ମାନେ ପଚାରିବାରୁ ସେମାନେ ଉପର ଅଧିକାରୀ ଏହାକୁ ଲୁଚାଇବାକୁ ଆମକୁ କୁହାଯାଇ ଥିବା କହିଥିଲେ ।

LEAVE A REPLY

Please enter your comment!
Please enter your name here