ଅନୁଗୁଳ ( ଆୱାଜ ମିଡ଼ିଆ ) – ଟଙ୍କଧର ଗଡ଼ନାୟକ : ଅନୁଗୁଳ ଜିଲ୍ଲା ବଅଁରପାଳ ବ୍ଲକ ଅନ୍ତର୍ଗତ ସିପିପି ପ୍ଲାଣ୍ଟ ସମୁଖରେ ଶ୍ରମିକ ମାନେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଶ୍ରମିକ ଙ୍କ ଅଭିଯୋଗ ଅନୁଯାଇ ସକାଳ ୮ ଘଟିକା ସମୟରେ ପ୍ଲାଣ୍ଟ ଭିତର କୁ ପ୍ରବେଶ ପଥ କୁ ନେଇ ନାଲକୋ ର ସୁରକ୍ଷା କର୍ମୀ ଓ ଠିକା ଶ୍ରମିକ ମାନଙ୍କ ମଧ୍ୟରେ ମତଭେଦ ହୋଇଥିଲା । ଶ୍ରମିକ ମାନଙ୍କର ଅଭିଯୋଗ ଯେ ନିର୍ଦ୍ଧାରିତ ସମୟ ପୂର୍ବରୁ ଅଧା ଘଣ୍ଟା ଓ ପରେ ଅଧା ଘଣ୍ଟା ପ୍ଲାଣ୍ଟ ପ୍ରବେଶ ଦ୍ୱାରା ଖୋଲା ରହିବାକୁ ନାଲକୋ କର୍ତ୍ତୁପକ୍ଷ ଙ୍କ ନିର୍ଦ୍ଦେଶ ଥିଲେ ମଧ୍ୟ ନାଲକୋ ର ସୁରକ୍ଷା କର୍ମୀ ନାଲକୋ ର ନିର୍ଦ୍ଦେଶ କୁ ବେଖାତିର୍ କରି ବିଭିନ୍ନ ସମୟରେ ଶ୍ରମିକ ମାନଙ୍କୁ ହଇରାଣ ହରକତ କରୁଥିବା ଶ୍ରମିକ ମହଲରେ ତୀବ୍ର ପ୍ରତିକ୍ରିୟା ହୋଇଥିଲା । ଏହା ବିରୋଧ ରେ ବାରମ୍ବାର ନାଲକୋ ପ୍ରଶାସନ କୁ ବିଭିନ୍ନ ସମୟରେ ଅବଗତ କରେଇ ଥିଲେ ମଧ୍ୟ କଥା କୁ ଗୁରୁତ୍ୱ ନଦେଇ ଖାମଖିଆଲି ମନୋଭାବ ନେଇଥିଲେ । କିଛି ଶ୍ରମିକ ନିର୍ଦ୍ଧାରିତ ସମୟ ମଧ୍ୟରେ ପହଁଚି ଥିଲେ ମଧ୍ୟ ନାଲକୋ ର ସୁରକ୍ଷା କର୍ମୀ ମାନେ ଫାଟକ ପ୍ରବେଶ କୁ ଅନୁମତି ଦେଇନଥିଲେ । ଯାହା ଫଳରେ ଶ୍ରମିକଙ୍କ ମଧ୍ୟ ରେ ଉତେଜନା ପ୍ରକାଶ ପାଇଥିଲା । ଏଥିରେ ଏ ସିଫ୍ଟ ଏବଂ ଜେନେରାଲ ସିଫ୍ଟ ଓ କିଛି ଶ୍ରମିକ ସଂଗଠନ ସାମିଲ ହୋଇ ଏହା ପ୍ରତିବାଦ କରିବା ସହ ଏହାର ସ୍ଥାୟୀ ସମାଧାନ ପାଇଁ ଅଡ଼ି ବସିଥିଲେ । ଏହା ଫଳରେ ନାଲକୋ ର ମାନବ ସମ୍ବଳ ବିଭାଗ ର ଅଧିକାରୀ ଆସି ଏହି ଘଟଣାର ୧୫ ଦିନ ମଧ୍ୟରେ ସ୍ଥାୟୀ ସମାଧାନ କରି ସମସ୍ତ ଠିକାଦାର ଓ ଶ୍ରମିକ ସଂଗଠନ ଙ୍କୁ ଚିଠି ମାଧ୍ୟମରେ ଜଣାଇବା ପାଇଁ ମୌଖିକ ଭାବେ ସମସ୍ତ ଶ୍ରମିକ ମାନଙ୍କୁ କହିଥିଲେ ! ବାକି ରହିଲା ଦେଖିବାକୁ , ଅଧିକାରୀ ଯେଉଁ ପ୍ରତିଶୃତି ଦେଇଛନ୍ତି ପାଣି ଗାର ହବନି ତ !
ସିପିପି ପ୍ଲାଣ୍ଟ ସମୁଖରେ ଶ୍ରମିକ ଙ୍କ ବିକ୍ଷୋଭ !!!

