ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗୁମ୍ମା ବ୍ଲକ ବୃଷଭ ଗ୍ରାମ ପଞ୍ଚାୟତର ଟେମ୍ପୋଗିରି ଗ୍ରାମରେ ପଞ୍ଚାୟତ ଉନ୍ନୟନ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି ! ଏହି ବୈଠକରେ ଜିଲ୍ଳା ପରିଷଦ ଅଧ୍ୟକ୍ଷ ଗବରା ତିରୁପତି ରାଓ, ବିଜେଡ଼ି ଯୁବନେତା ଇଂ.ରୂପେଶ ପାଣିଗ୍ରାହୀ, ଗୁମ୍ମା ବ୍ଲକ ଅଧ୍ୟକ୍ଷା ଶ୍ରୀମତି ସୁନେମି ମଣ୍ଡଳ, ବିଜେଡ଼ି ରାଜ୍ୟ ସମ୍ପାଦକ ମରୁତ ପାଲ, ସ୍ଥାନୀୟ ସରପଞ୍ଚ ,ସମିତି ସଭ୍ୟ ଓ ବୃଷଭ ଗ୍ରାମପଞ୍ଚାୟତ ଅଧିନରେ ଥିବା ସମସ୍ତ ଗ୍ରାମ ରୁ ଲୋକମାନେ ଉପସ୍ଥିତ ଥିଲେ । ଗ୍ରାମରୁ ଆସିଥିବା ଲୋକମାନଙ୍କ ଅସୁବିଧା ଯାହାକି ଚର୍ଚଘର, ରୋଡ଼, ପିଇବା ପାଣି ଓ ସମସ୍ତ ସରକାରୀ ଯୋଜନାରୁ ବଞ୍ଚିତ ହୋଇଥିବା ଲୋକମାନେ ଉପସ୍ଥାପନ କରିଥିଲେ । ଏହି ସମସ୍ୟା ଗୁଡିକୁ ସମାଧାନ କରି ପଞ୍ଚାୟତ ଯେମିତି ଊନ୍ନତ ହୋଇପାରିବ ଏହି ବୈଠକରେ ଆଲୋଚନା ହୋଇଥିଲା !
ବୃଷଭ ଗ୍ରାମପଞ୍ଚାୟତ ଟେମ୍ପୋଗିରି ଗ୍ରାମରେ ପଞ୍ଚାୟତ ଉନ୍ନୟନ କମିଟି ବୈଠକ !!!

