ଅଲ୍ଲୀ ପବ୍ଲିକ ସ୍କୁଲରେ କଟକ ବଡ଼ ଡ଼ାକ୍ତରଖାନା ପକ୍ଷରୁ ଦାନ୍ତ ପରୀକ୍ଷଣ ଶିବିର ଅନୁଷ୍ଠିତ !!!

Spread the love

ନିଶ୍ଚିନ୍ତକୋଇଲି ( ଆୱାଜ ମିଡ଼ିଆ ) – ଡମ୍ବରୁଧର ବେହେରା : ଓଡ଼ିଶା ସରକାର ସ୍ଵାସ୍ଥ୍ୟ ବିଭାଗ ଅଧିନସ୍ଥ କଟକ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡ଼ିକାଲ କଲେଜ ଦନ୍ତ ରୋଗ ଚିକିତ୍ସା ବିଭାଗ ପକ୍ଷରୁ କଟକ ଜିଲ୍ଲା ର ସମସ୍ତ ସଂଖ୍ୟାଲଘୁ ସମ୍ପ୍ରଦାୟର ବିଦ୍ୟାଳୟ ମାନଙ୍କରେ ଛାତ୍ରଛାତ୍ରୀ ମାନଙ୍କ ଦାନ୍ତ ରୋଗ ପରୀକ୍ଷା ନିମନ୍ତେ ଶିବିର ଅନୁଷ୍ଠିତ ହେଉଛି । ଏହି ପରିପ୍ରେକ୍ଷୀରେ କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ ଶିକ୍ଷା ବିଭାଗ ଅଧିନରେ ଥିବା ଶୁକରପଡା ପଞ୍ଚାୟତ ହଳଧରପୁର ଅଲ୍ଲୀ ପବ୍ଲିକ ସ୍କୁଲରେ ଦାନ୍ତ ପରିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଦନ୍ତ ରୋଗ ଚିକିତ୍ସା ଶିବିରରେ କଟକ ବଡ଼ ଡ଼ାକ୍ତରଖାନାର ଦନ୍ତରୋଗ ବିଶେଷଜ୍ଞ ଆସିଷ୍ଟାଣ୍ଟ ପ୍ରଫେସର ଗୌରଭ ଶର୍ମା, ଡାକ୍ତର ଅଭିଜୀତ୍ ପଣ୍ଡା, ଡାକ୍ତର କୁମାର କୁଲଦିପ୍, ଡାକ୍ତର ରୁବିର୍ କଦର ପ୍ରମୁଖ ଉପସ୍ଥିତ ରହି ୩୦୦ ଅଧିକ ଛାତ୍ରଛାତ୍ରୀ ମାନଙ୍କର ଦନ୍ତ ପରିକ୍ଷା କରିଥିଲେ । ଅଲ୍ଲୀ ପବ୍ଲିକ ସ୍କୁଲ ପକ୍ଷରୁ ସ୍କୁଲ ର ସମ୍ପାଦକ ସେକ୍ ଖଇରୁଦ୍ଦିନ୍, ଅଧ୍ୟକ୍ଷ ପ୍ରଦିପ୍ତ କୁମାର ନାୟକ, ଶିକ୍ଷକ ବିଶ୍ଵଜିତ ପାତ୍ର , ବିଜୟ କୁମାର ବେହେରା, ଶିକ୍ଷୟିତ୍ରୀ ସୁନନ୍ଦା ସିଂହ, ସବାନା ନସରିନ୍, ସାଇନ୍ ବେଗମ୍ ପ୍ରମୁଖ ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *