ପାରାଦୀପ ( ଆୱାଜ ମିଡ଼ିଆ ) – ଚକ୍ରବର୍ତ୍ତୀ ଓତା : ପାରାଦୀପରେ ଆଶା କର୍ମୀ ଦୁଷ୍କର୍ମ କୁ ନେଇ ପାରାଦୀପ ରାଜନୀତି ରେ ଧାଁ ଦୌଡ ଲାଗି ରହିଥିବା ବେଳେ ଏଥିରୁ ନିବୃତ୍ତ ରହିବାକୁ ବିନୀତ ଅନୁରୋଧ କରିଛନ୍ତି ପିଡିତାଙ୍କ ବାପା । ଗତ କିଛି ଦିନ ତଳେ ପାରାଦୀପ ରେ ଗଣଦୁଷ୍କର୍ମ ର ଶିକାର ହୋଇଥିବା ଆଶା ଦିଦି ଙ୍କ ଘଟଣା ଏବେ ସମଗ୍ର ରାଜନୀତି କୁ ବେଶ ସରଗରମ କରିଦେଇଛି । ମୁଖ୍ୟ ଅଭିଯୁକ୍ତ ଯତୀନ ଙ୍କ ସହ ଅନ୍ୟ ଆସାମୀଙ୍କୁ ଧରି ପାରାଦୀପ ଆଦର୍ଶ ଥାନା ପୋଲିସ କୋର୍ଟ ଚାଲାଣ କରିଥିବା ବେଳେ ଏବେ ଯତୀନ ଙ୍କୁ ନେଇ ଦୁଇ ରାଜନୈତିକ ଦଳ ମଧ୍ୟରେ ପରସ୍ପର କାଦୁଅ ଫିଙ୍ଗା ଆରମ୍ଭ ହୋଇଯାଇଛି । ପରସ୍ପର ପରସ୍ପରକୁ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ଦୋଷାରୋପ କରିଥିବା ବେଳେ ବିଜେପିର ଯୁବ ମୋର୍ଚ୍ଚା ବ୍ୟାନର ରେ ଏକ ରାଲି ସହର ପରିକ୍ରମା କରି ଆମ ପାରାଦୀପ ଆମ ପ୍ରଗତିର ମୁଖ୍ୟ ବାପି ସେର୍ଖେଲ ପରୋକ୍ଷରେ ପାରାଦୀପରେ ଅସାମାଜିକ ପିଲାଙ୍କୁ ନେଇ ଅସାମାଜିକ କାର୍ଯ୍ୟକଳାପ କରୁଛନ୍ତି , ତେଣୁ ତାଙ୍କୁ ତଦନ୍ତ ପରିସରଭୁକ୍ତ କରିବା ପାଇଁ ଏକ ଦାବି ପତ୍ର ପାରାଦୀପ ପୋଲିସକୁ ପ୍ରଦାନ କରିଥିଲେ । ପରେ ଥାନାଛକରେ ବାପି ସର୍ଖେଲ ଙ୍କ କୁଶପୁତଳିକା ଦାହ କରିଥିଲେ ବିଜେପି ଯୁବ ମୋର୍ଚ୍ଚା କର୍ମୀମାନେ । ତେବେ ବିଜେପି କରିଥିବା ରାଲିରେ ଲାଉଡସ୍ପିକର ପରିମିଶନ ନ ଥିବା ବେଳେ ବିଜେପି ଯୁବ ମୋର୍ଚ୍ଚା କିପରି ଏତେ ସଂଖ୍ୟକ ପିଲାଙ୍କୁ ନେଇ ରାଲି କଲେ ତାହାକୁ ନେଇ ପାରାଦୀପ ପୋଲିସ ପକ୍ଷରୁ ଯୁବମୋର୍ଚ୍ଚା ସଦସ୍ୟ ନାମରେ ମାମଲା ରୁଜୁ ହୋଇଛି । ତେବେ ପୁଲିସର ଏକ ଚାଟିଆ କାର୍ଯ୍ୟକଳାପରୁ ଘୋର ନିନ୍ଦା କରିଛନ୍ତି ବିଜେପି ଯୁବ ମୋର୍କ ସଭାପତି । ସେହିପରି ଗଣଧର୍ଷଣରେ ସାମିଲ ଥିବା ସମସ୍ତ ଆସାମୀଙ୍କୁ କୋର୍ଟ ଚାଲାଣ କରାଯାଇଥିବା ବେଳେ କଣ ପାଇଁ ବିଜେପି ଏପରି ହୀନ ରାଜନିତୀ କରୁଛି ବୋଲି ଆମ ପାରାଦୀୟ ଆମ ପ୍ରଗତିର ଯୁବ ମୋଜାର ସଭାପତି ପ୍ରକାଶ କରିଛନ୍ତି । ସେହିପରି ପ୍ରତ୍ୟେକ କ୍ଷେତ୍ରରେ ଆମ କୁ ଯୋଡି ବିଜେପି ରାଜନୀତି କରୁଛି ବୋଲି ଗଣ ଦୁଷ୍କର୍ମ ର ଶିକାର ହୋଇଥିବା ପିଡିତାଙ୍କ ବାପା କହିଛନ୍ତି । ତେବେ ଆମକୁ ନେଇ ଆଉ ରାଜନୀତି ନ କରାଯାଉ , ଆମେ ମାନସିକ ସ୍ତରରେ ସମ୍ପର୍ଣ ଭାଙ୍ଗି ପଡ଼ିଛୁ , ଏପରିକି ମାନସିକ ଚାପରେ ମୋ ଝିଅ ଆତ୍ମହତ୍ୟା କରିବାକୁ ମଧ୍ୟ ନିଷ୍ପତି ନେଇଥିଲା । ଆମେ ତାକୁ ସେଠାରୁ ଉଦ୍ଧାର ମଧ୍ୟ କରିଛୁ । ତେଣୁ ବିଜେପି ଆଗକୁ ଏହାକୁ ନେଇ ଆଉ ରାଜନୀତି ନକରୁ କିମ୍ବା ଆମକୁ ନେଇ କୌଣସି ସମ୍ବାଦରେ ଛନ୍ଦା ନଯାଉ । ଯଦି ବିଜେପି ଆଗକୁ ଆମକୁ ନେଇ କୌଣସି ହୀନ ରାଜନୀତି କରେ ତେବେ ଆମର ଯାହା କ୍ଷତି ହେବ ସେଥିପାଇଁ ବିଜେପି ସମ୍ପୂର୍ଣ୍ଣ ଦାୟୀ ରହିବ ବୋଲି ପିଡିତାଙ୍କ ବାପା ଗଣମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି ।
ପାରାଦୀପରେ ଘଟିଥିବା ଗଣଦୁଷ୍କର୍ମକୁ ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ନିନ୍ଦା ଓ ପ୍ରତିବାଦ !!!

