ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଥିବା ଜିଲ୍ଲା କୋର୍ଟ କଂପ୍ଲେକ୍ସ ଠାରେ ଜିଲ୍ଲା ପ୍ରଶାସନ ଓ ଶ୍ରୀକାକୁଲମ ର ଜେମ୍ସ ହସ୍ପିଟାଲର ମିଳିତ ଆନୁକୂଲ୍ୟରେ ଏକ ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ସ୍ୱାସ୍ଥ୍ୟ ଶିବିରରେ 400 ରୁ ଉର୍ଦ୍ଧ୍ବ ବ୍ୟକ୍ତି ସ୍ୱାସ୍ଥ୍ୟ ପରିକ୍ଷଣ କରାଇଥିବାର ଜଣା ପଡ଼ିଛି । ଏହି ସ୍ୱାସ୍ଥ୍ୟ ଶିବିରକୁ ଜିଲ୍ଲା ଜଜ ପ୍ରଣବ କୁମାର ରାଉତରାୟ ଉଦଘାଟନ କରିଥିବା ବେଳେ ଅତିରିକ୍ତ ଜିଲ୍ଲା ଜଜ ପ୍ରଦୀପ କୁମାର ସାମ, ସି.ଜେ. ଏମ୍ ମାନସ କୁମାର ପଣ୍ଡା, ସବ ଜଜ ସନ୍ତୋଷ କୁମାର ଅଗ୍ରୱାଲ,କୋର୍ଟ ରେଜିଷ୍ଟ।ର ସତ୍ୟବ୍ରତ ରାଣା , ଜିଲ୍ଲା ଆଇନ ସେବା ପ୍ରାଧିକରଣ ସେବାର ସଚିବ ରବି ନାରାୟଣ ବେହେରା, ଏସ.ଡି.ଜେ. ଏମ୍ ବର୍ଷା ଶର୍ମା, ଜେ.ଏମ୍ .ଏସ ସି ଶୁଭଜିତ ବେହେରା ପ୍ରମୁଖଙ୍କ ସମେତ ଓକିଲ ସଂଘର ସମ୍ପାଦକ କୃଷ୍ଣ ମୋହନ ପଟ୍ଟନାୟକ ଉପସ୍ଥିତ ଥିଲେ । ଅତିରିକ୍ତ ଜିଲ୍ଲାପାଳ ସଂଗ୍ରାମ ଶେଖର ପଣ୍ଡା, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡକ୍ଟର ପ୍ରଦୀପ କୁମାର ପାତ୍ର ପ୍ରମୁଖ ମଧ୍ୟ ଯୋଗ ଦେଇଥିଲେ । ଏହି ସ୍ୱାସ୍ଥ୍ୟ ଶିବିରରେ କୋର୍ଟ କର୍ମଚାରୀ, ଆଇନଜୀବୀ ଏବଂ ସେମାନଙ୍କ ପରିବାର ସଦସ୍ୟଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା ! ସେହିପରି ଉପ କାରାଗାରରେ ମଧ୍ୟ ଜେମ୍ସ ଡାକ୍ତରୀ ଦଳ ପହଞ୍ଚି ମାଗଣାରେ ବିଚାରାଧୀନ କଏଦୀ ଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ । ଏହି ସ୍ୱାସ୍ଥ୍ୟ ଶିବିରରେ ଜେମ୍ସ ହସ୍ପିଟାଲର ଭେଷଜ, ହୃଦରୋଗ, ଶଲ୍ୟ, ଚକ୍ଷୁ , ନ୍ୟୁରୋ, ଶିଶୁ ରୋଗ, ଗ୍ୟାଷ୍ଟ୍ରୋ, ଚର୍ମ , ନେଫୋଲୋଜି ଭଳି ବିଭାଗର ଡାକ୍ତର ତଥା ବିଶେଷଜ୍ଞମାନେ ଯୋଗ ଦେଇ ଚିକିତ୍ସା କରିଥିବାର ଜଣା ପଡ଼ିଛି ।
ଜିଲ୍ଲା କୋର୍ଟ କଂପ୍ଲେକ୍ସ ଓ ପାରଳା ଉପ କାରାଗାରରେ ସ୍ୱାସ୍ଥ୍ୟ ଶିବିର !!!

