ପାରାଦୀପ ( ଆୱାଜ ମିଡ଼ିଆ ) – ଚକ୍ରବର୍ତ୍ତୀ ଓତା : ନୃଶଂସତା ର ସବୁ ସୀମା ଟପିଗଲେ ତେଲ ଟ୍ୟାଙ୍କରର ଡ୍ରାଇଭର ଓ ହେଲପର୍ । ଗାଡି ରୁ ତେଲ ଚୋରି ସନ୍ଦେହ ରେ ଘରୁ ଟେକିନେଇ ୪ ଜଣ ଆଦିବାସୀ ଯୁବକ ଙ୍କୁ ହାତ ଗୋଡ ବାନ୍ଧି, ଉଲଗ୍ନ କରି ମାରିଲେ ମାଡ । ଯିଏ ପାଇଲା ସିଏ ମାରିଲା, କିଏ ଗୋଇଠା ବିଧା ତ , ଆଉ କିଏ ଠେଙ୍ଗା, ରଡ୍ , ପାଇପ ରେ ମାରିଲେ ମାଡ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ପାରାଦୀପ ବାଉରିଆପାଳନ୍ଦା ବସ୍ତିରେ । ଗାଡି ରୁ ତେଲ ଚୋରି ଘଟଣାକୁ ନେଇ ସକାଳୁ ସକାଳୁ ପ୍ରାୟ ୨୦ ରୁ ଉର୍ଦ୍ଧ୍ବ ଡ୍ରାଇଭର ଓ ହେଲପର୍ ଚୋରି କରିଥିବା ସନ୍ଦେହ ରେ ବସ୍ତି ଭିତରେ ପଶି ଚାରି ଆଦିବାସୀ ଯୁବକଙ୍କୁ ଜୋର ଜବରଦସ୍ତ ଘରୁ ଟେକି ଆଣି ବିପିସିଏଲ ଟର୍ମିନାଲ୍ ବିଶ୍ରାମ ଗାର ଭିତରେ ହାତ ଗୋଡ ବାନ୍ଧି ମାଡ ମାରିଥିଲେ । ପରେ ଖବର ପାଇ ସେମାନଙ୍କୁ ମୂର୍ମୁଶୁ ଅବସ୍ଥାରେ ପୋଲିସ ଉଦ୍ଧାର କରି ମେଡିକାଲ ପଠାଇବା ସହ ଘଟଣାରେ ସଂପୃକ୍ତ ତିନିଜଣ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ତେବେ ଏହି ମାଡ ମାରିବାର ଭିଡିଓ ଏବେ ଭାଇରାଲ୍ ହେବାରେ ଲାଗିଛି ।
ବାଉରିଆପାଳନ୍ଦା ବସ୍ତିରେ ତେଲ ଚୋରୀ ଘଟଣା : ନୃଶଂସତା ର ସବୁ ସୀମା ଟପିଗଲେ ତେଲ ଟ୍ୟାଙ୍କରର ଡ୍ରାଇଭର ଓ ହେଲପର୍ !!!

