ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଆଜାଦୀ କା ଅମୃତ ମହୋତ୍ସବ କାର୍ଯ୍ୟକ୍ରମ ଅବସରରେ ରାଜ୍ୟ ଶିଶୁ ସୁରକ୍ଷା ସମିତି ତଥା ଜିଲ୍ଲା ପାଳ ଲିଙ୍ଗରାଜ ପଣ୍ଡା ଙ୍କ ନିର୍ଦ୍ଦେଶ କ୍ରମେ ଗଜପତି ଜିଲ୍ଲାରେ ଥିବା ଶିଶୁ ଯତ୍ନ ଅନୁଷ୍ଠାନ ର ଶିଶୁ ମାନଙ୍କୁ ନିଜ ଅଞ୍ଚଳର ନିକଟବର୍ତ୍ତୀ ବ୍ୟାଙ୍କ, ପୋଷ୍ଟ ଅଫିସ ଏବଂ ଶିଶୁ ମିତ୍ର ଥାନା ପରିଦର୍ଶନ ନିମନ୍ତେ ନିଆଯାଇଥିଲା।ଉକ୍ତ ପରିଦର୍ଶନ କାର୍ଯ୍ୟକ୍ରମ ରେ 5 ଟି ଶିଶୁ ଯତ୍ନ ଅନୁଷ୍ଠାନ ତଥା ଡେଷ୍ଟାର ହୋମ,ମୋହନା, ନିଷାନ ସାଲୋମ ଚିଲ ଡ୍ରନ ହୋମ, ଗୁମ୍ମା ବିବେକାନନ୍ଦ ରେସିଡେନ ସିଆଲ ସ୍କୁଲ ଶ୍ରୀ ଜଗନ୍ନାଥ ନିକେତନ ପ୍ରାଇଡ଼, ଗୋଶାଣିର ଶିଶୁ ମାନେ ଯୋଗ ଦେଇଥିଲେ।ପରିଦର୍ଶନରେ ସମୟରେ ଶିଶୁ ମାନେ ବ୍ୟାଙ୍କ ଏବଂ ପୋଷ୍ଟ ଅଫିସର ବିଭିନ୍ନ ଯୋଜନା ତଥା ଟଙ୍କା ଉଠାଇବା, ଟଙ୍କା ଜମା କରିବା,ମ୍ୟୁଚୁଆଲ ଫଣ୍ଡ, ବିଭିନ୍ନ ପ୍ରକାର ଟର୍ମ ଡିପୋଜିଟ, ଆଧାର ନାମାଙ୍କନ,କେ ୱାଇ ସି ପ୍ରଭୃତି ବିଷୟରେ ଜାଣିବାକୁ ପାଇଛନ୍ତି। ଡେଷ୍ଟାର ହୋମ, ମୋହନାର ଶିଶୁ ମାନେ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ, ମୋହନାକୁ ପରିଦର୍ଶନ ନିମନ୍ତେ ଯାଇ ଥିବା ବେଳେ ବିବେକାନନ୍ଦ ରେସିଡେନସିଆଲ ସ୍କୁଲର ଶିଶୁ ମାନେ ପଞ୍ଜାବ ନ୍ୟାସନେଲ ବ୍ୟାଙ୍କ ଗାରାବନ୍ଧ, ନିଶାନ ଶାଲୋମ ଚିଲେଡ୍ରନ ହୋମର ଶିଶୁ ମାନେ ଷ୍ଟେଟବ୍ୟାଙ୍କ ଅଫ ଇଣ୍ଡିଆ ଗୁମ୍ମା,ଶ୍ରୀ ଜଗନ୍ନାଥ ନିକେତନ ଏବଂ ପ୍ରାଇଡ଼ ଅନୁଷ୍ଠାନ ର ଶିଶୁ ମାନେ ଯଥାକ୍ରମେ ୟୁକୋ ବ୍ୟାଙ୍କ, ପାରଳାଖେମୁଣ୍ଡି, ମୁଖ୍ୟ ଡାକ ଘର,ପାରଳାଖେମୁଣ୍ଡି ପରିଦର୍ଶନରେ ଯାଇ ଥିଲେ।ଶିଶୁ ମିତ୍ର ଥାନା ପରିଦର୍ଶନ କରି ଶିଶୁ ମାନେ ଶିଶୁ ମାନଙ୍କ ପ୍ରତି ଥିବା ବିଭିନ୍ନ ଆଇନ ବିଷୟରେ ଜାଣିବା ସହ ଏଫ ଆଇ ଆର କଣ ଏବଂ କିଏ ଦେଇ ପାରିବ, ଜରୁରୀ କାଳୀନ ନମ୍ବର 112 ତଥା ପୋଲିସ ଭୂମିକା ଓ କାର୍ଯ୍ୟ।ବଳୀ ସମ୍ପର୍କରେ ବିସ୍ତ୍ରୁତ ଭାବେ ଜାଣିବାକୁ ପାଇଲେ।ବିଭିନ୍ନ ବ୍ୟାଙ୍କ ପୋଷ୍ଟ ଅଫିସ ତଥା ଶିଶୁ ମିତ୍ର ଥାନା ପରିଦର୍ଶନ କରି ଶିଶୁ ମାନେ ବେଶ ଖୁସି ଥିବା ବ୍ୟକ୍ତ କରି ଥିଲେ।ଏହି ପରିଦର୍ଶନ କୁ ସଫଳ କରିବା ନିମନ୍ତେ ବ୍ୟାଙ୍କ ର ପରିଚାଳକ,ପୋଷ୍ଟ ଅଫିସର ପୋଷ୍ଟ ମାଷ୍ଟର ଏବଂ ଥାନା ଅଧିକାରୀ ସହଯୋଗ କରିଥିଲେ।ଏହି କାର୍ଯ୍ୟକ୍ରମ ରେ ଶିଶୁ ଯତ୍ନ ଅନୁଷ୍ଠାନ ର କର୍ମଚାରୀ ଏବଂ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ଗଜପତି ର ସମସ୍ତ କର୍ମକର୍ତ୍ତା ସହଯୋଗ କରିଥିଲେ।
ଶିଶୁ ଯତ୍ନ ଅନୁଷ୍ଠାନ ର ଶିଶୁ ମାନଙ୍କ ବ୍ୟାଙ୍କ, ପୋଷ୍ଟ ଅଫିସ ଏବଂ ଶିଶୁ ମିତ୍ର ଥାନା ଭ୍ରମଣ !!!

