ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଅଗ୍ରଣୀ ସାରସ୍ଵତ ଅନୁଷ୍ଠାନ ଆପନ୍ନା ପରିଛା ସଂସଦ ଆନୁକୂଲ୍ୟରେ ଶ୍ରୀଯୁକ୍ତ ଅଧିକାରୀ ସମ୍ବର୍ଦ୍ଧିତ ! ପାରଳାଖେମୁଣ୍ଡି ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ଠାରେ, ଓଡ଼ିଶା ସାହିତ୍ୟ ଏକାଡେମୀ ସଦସ୍ୟ ବିଚିତ୍ରାନନ୍ଦ ବେବର୍ତ୍ତା ଙ୍କ ଅଧ୍ୟକ୍ଷତାରେ ପ୍ରଥମ ଓଡ଼ିଶା ରେଳପଥ ନିର୍ମାଣରେ ପାରଳା ର ଅବଦାନ ଶୀର୍ଷକ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । Odisha the railway Story ର ଲେଖକ ତଥା ଅନୁଗୁଳ – ସୁକିନ୍ଦା ରେଳ ପ୍ରବନ୍ଧକ ଦିଲୀପ କୁମାର ସାମନ୍ତରୟ (IRAS) ସ୍ବତନ୍ତ୍ର ଅତିଥି, ଡ.ଶଙ୍କର ପ୍ରସାଦ ବକ୍ସି ମୁଖ୍ୟ ଅତିଥି , ସରୋଜ କୁମାର ପଣ୍ଡା , ମୁଖ୍ୟ ବକ୍ତା, ମୂରଲୀଧର ପରିଛା ସମ୍ମାନିତ ଅତିଥି ଏବଂ ଯୁବ ଗବେଷକ ବିଷ୍ଣୁ ମୋହନ ଅଧିକାରୀ ଅନ୍ୟତମ ସମ୍ମାନିତ ଅତିଥି ଭାବେ ଯୋଗଦାନ କରିଥିଲେ । ପ୍ରାରମ୍ଭରେ ଆଚାର୍ଯ୍ୟl ଶିବାନୀ ରଥ ସ୍ଵାଗତ ସମ୍ଭାଷଣ ଦେଇଥିଲା ବେଳେ, ଦେବୀପ୍ରସାଦ ପଟନାୟକ ନିର୍ଦ୍ଦେଶନାରେ ଛାତ୍ରୀ ମାନେ ପ୍ରାରମ୍ଭିକ ସଙ୍ଗୀତ ପରିବେଷଣ କରିଥିଲେ । ଆଚର୍ଯ୍ୟ ଗୋପାଳକୃଷ୍ଣ ପଣ୍ଡିତ ପରିଚୟ ପ୍ରଦାନ କରିଥିଲେ । ଓଡ଼ିଶା ରେଳ ଇତିହାସର ବିକାଶ ଏବଂ ରେଳ ନିର୍ମାଣ କାର୍ଯ୍ୟରେ ପାରଳା ମହାରାଜା ଏବଂ ତାଙ୍କ ପିତାଙ୍କ ଅବଦାନ ଆଲୋଚନା ହୋଇଥିଲା । ଏହି ଆଲୋଚନାରେ ସ୍ବତନ୍ତ୍ର ଅତିଥି ଶ୍ରୀଯୁକ୍ତ ସାମନ୍ତରାୟ ଓଡ଼ିଶା ରେଳପଥର ବିକାଶମୁଖୀ କାର୍ଯ୍ୟର ପ୍ରାଞ୍ଜଳ ବିବରଣୀ ପ୍ରଦାନ କରିଥିଲେ । ଏହି ଶୁଭ ଅବସରରେ ବିଶ୍ନୁମୋହନ ଅଧିକାରୀ ଓ ଦିଲୀପ କୁମାର ସାମନ୍ତରାୟଙ୍କୁ ବହି ଲେଖାପାଇଁ ଭବ୍ୟ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା । ଶେଷରେ ଆଚାର୍ଯ୍ୟ ସନ୍ତୋଷ କୁମାର ପାଢ଼ୀ ଧନ୍ୟବାଦ ପ୍ରଦାନ କରିଥିଲେ ।
ପ୍ରଥମ ଓଡ଼ିଶା ରେଳପଥ ନିର୍ମାଣରେ ପାରଳା ର ଅବଦାନ ଶୀର୍ଷକ ଏକ କର୍ମଶାଳା ଅନୁଷ୍ଠିତ !!!

