ପ୍ରତାପଙ୍କ ବିନା ସବୁ ଅଧୁରା : ସ୍ଵୟଂ ସହାୟକ ଗୋଷ୍ଠୀ ମହିଳା ଙ୍କ ମନରେ ଦୁଃଖ !!!

Spread the love

ନିଶ୍ଚିନ୍ତକୋଇଲି ( ଆୱାଜ ମିଡ଼ିଆ ) – ଡମ୍ବରୁଧର ବେହେରା : ପ୍ରତାପଙ୍କ ବିନା ସବୁ ଅଧୁରା, ସ୍ଵୟଂ ସହାୟକ ଗୋଷ୍ଠୀ ମହିଳା ଙ୍କ ମନରେ ଦୁଃଖ ! ଓଡ଼ିଶାର ମହିଳା ଙ୍କୁ ଆତ୍ମନିର୍ଭରଶୀଳ ସ୍ବାବଲମ୍ବୀ କରିବା ନିମନ୍ତେ ଓଡିଶା ସରକାର ବିଭିନ୍ନ ଯୋଜନା ହାତକୁ ନେଇଛନ୍ତି । ସେଥି ମଧ୍ୟରୁ ମିଶନ ଶକ୍ତି ଅନ୍ୟତମ । ରାଜ୍ୟରେ ମିଶନ ଶକ୍ତି ଜରିଆରେ ସ୍ଵୟଂସହାୟକ ଗୋଷ୍ଠୀ ରେ ଅନ୍ତର୍ଭୁକ୍ତ ଥିବା ମହିଳା ମାନଙ୍କୁ ଋଣ ପ୍ରଦାନ କରାଯାଉଛି । କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ ପରିସରରେ ଏକ ବ୍ଲକ ସ୍ତରୀୟ ମିଶନ ଶକ୍ତି ୠଣ ମେଳା ଅନୁଷ୍ଠିତ ହୋଇଯାଇଛି । ନିଶ୍ଚିନ୍ତକୋଇଲି ପଞ୍ଚାୟତ ସମିତିର ଉପାଧ୍ୟକ୍ଷ ଅଶୋକ କୁମାର ଓଝା ଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ମେଳାରେ ନିଶ୍ଚିନ୍ତକୋଇଲି ବ୍ଲକର ବିଭିନ୍ନ ପଞ୍ଚାୟତ ର ୨୬୧ ଗୋଟି ସ୍ବୟଂ ସହାୟକ ଗୋଷ୍ଠୀଙ୍କୁ ୬ କୋଟି ୫୩ ଲକ୍ଷ ଟଙ୍କା ରୁ ଅଧିକ ଟଙ୍କା ଋଣ ପ୍ରଦାନ କରାଯାଇଛି । ଏହି ଋଣ ମେଳା ରେ ପ୍ରାକ୍ତନ ମନ୍ତ୍ରୀ ତଥା କଟକ ସଦର ବିଧାୟିକ ଚନ୍ଦ୍ର ସାରଥି ବେହେରା ମୂଖ୍ୟ ଅତିଥି ଭାବେ ଯୋଗଦେଇ ତାଙ୍କ ଅଭିଭାଷଣରେ ମହିଳା ମାନଙ୍କ ବିକାଶ ହେଲେ ଦେଶର ବିକାଶ ହେବା ସହିତ ରାଜ୍ୟର ବିକାଶ ହେବ ବୋଲି ପ୍ରକଶ କରିଥିଲେ ! ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମହତ ଚିନ୍ତାଧାରା ଆଜି ମହିଳା ଙ୍କୁ ଆତ୍ମନିର୍ଭରଶୀଳ ସ୍ବାବଲମ୍ବୀ କରିଥିବା ସେ କହିଥିଲେ । ଏହି ମେଳା ରେ ପୂର୍ବତନ ମନ୍ତ୍ରୀ ତଥା ମାହାଙ୍ଗା ବିଧାୟକ ପ୍ରତାପ ଜେନା ଯୋଗ ଦେବାର ଥିଲା , କିନ୍ତୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ କ୍ରମେ ଏକ ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟ ରେ ଯୋଗଦାନ ଦେଇଥିବା ରୁ ଏହି ଋଣ ମେଳା ରେ ଯୋଗଦାନ କରିପାରି ନଥିଲେ । ଯାହା ଫଳରେ ଆସିଥିବା ସ୍ବୟଂ ସହାୟକ ଗୋଷ୍ଠୀ ର ମହିଳା ମାନେ ନିଜ ପ୍ରିୟ ବିଧାୟକ ପ୍ରତାପ ଜେନା ଙ୍କ ହାତରୁ ଋଣ ଟଙ୍କାର ଚେକ୍ ପାଇବେ ବୋଲି ଆଶା କରି ଆସିଥିଲେ ! କିନ୍ତୁ ବିଧାୟକ ଙ୍କ ଅନୁପସ୍ଥିତି ଯୋଗୁଁ ମନ ଦୁଃଖ କରିବା ସହିତ ପ୍ରତାପ ଙ୍କ ବିନା ସବୁ ଅଧୁରା କହି ଫେରିଥିବା ଦେଖିବାକୁ ମିଳିଥିଲା । ଏହି ମେଳା ରେ ନିଶ୍ଚିନ୍ତକୋଇଲି ପଞ୍ଚାୟତ ସମିତି ଅଧ୍ୟକ୍ଷା ଶ୍ରୀମତୀ ରୋଜୀ ସେଠୀ , ଅତିରିକ୍ତ ବିଡ଼ିଓ ସୁଶାନ୍ତ କୁମାର ରଣା, ବ୍ଲକ ବିଜେଡି ସଭାପତି ରମାକାନ୍ତ ମହାନ୍ତି ପ୍ରମୁଖ ଉପସ୍ଥିତ ରହିଥିଲେ ।

 

Leave a Reply

Your email address will not be published. Required fields are marked *