କଟକ ( ଆୱାଜ ମିଡ଼ିଆ ) – ଅମ୍ରିତା ପଟ୍ଟନାୟକ : ପବିତ୍ର ଗାନ୍ଧୀ ଜୟନ୍ତୀ ଅବସରରେ ଗାନ୍ଧୀ ବିଚାର ମଞ୍ଚ ତରଫରୁ, ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଜୟନ୍ତୀ ପାଳିତ ! ମାଛୁଆ ବଜାର ସ୍ଥିତ ସହିଦ୍ ପାର୍କ ଠାରେ ଅନୁଷ୍ଠିତ ହୋଇଯାଇଛି ଶ୍ରଦ୍ଧାଞ୍ଜଳୀ କାର୍ଯ୍ୟକ୍ରମ । ଏହି ଉତ୍ସବରେ କଟକ ସହରର ବହୁ ଗାନ୍ଧୀ ପ୍ରେମୀ ଉପସ୍ଥିତ ରହି ଗାନ୍ଧିଜୀଙ୍କୁ ସ୍ମରଣ କରିଥଲେ । ଆଗାମୀ ଦିନରେ ବିଭିନ୍ନ ସ୍ଥାନରେ ଥିବା ମହାପୁରୁଷଙ୍କ ପ୍ରତିମୂର୍ତ୍ତୀକୁ ସଫା କରି ପୁଷ୍ପ ମାଳ ଦେଇ ସମ୍ମାନୀତ କରିବା ସହିତ ବିଭିନ୍ନ ଉନ୍ନତି ମୂଳକ ସାମାଜିକ କାର୍ଯକ୍ରମ କରାଯିବ ବୋଲି ସଂଗଠନ ପକ୍ଷରୁ ସୂଚନା ଦିଆଯାଇଛି ।


