ନୟାଗଡ ( ଆୱାଜ ମିଡ଼ିଆ ) – ବିଶ୍ବଭୂଷଣ ମହାପାତ୍ର : ରାତି ଅଧିଆ ଚାଷୀଙ୍କୁ ପିଟିଲା ନୟାଗଡ଼ ପୋଲିସ । ଏପରି ଅଭିଯୋଗ ଆଣିଛନ୍ତି ନୟାଗଡ଼ ଜିଲା କୁକୁଡ଼ା ଫାର୍ମ ଚାଷୀ । ନୟାଗଡ଼ ସମେତ ଅନ୍ୟ କିଛି ଜିଲାରେ କୁକୁଡ଼ା ଫାର୍ମ ଚାଷୀ ସଙ୍ଘ ପକ୍ଷରୁ ଆନ୍ଦୋଳନ ଚାଲୁ ରଖିଛନ୍ତି । ଏହାକୁ ନେଇ ଶୁକ୍ରବାର ଦିନ କୁକୁଡ଼ା ଚିଆଁ ଯୋଗାଉଥିବା ପଶୁପତି ନାମକ କମ୍ପାନି ଓ ନୟାଗଡ଼ କୁକୁଡ଼ା ଫାର୍ମ ସଙ୍ଘ ମଧ୍ୟରେ ବଡ଼ପୁଟ ବ୍ରିଜ ଠାରେ ୟୁକ୍ତିତର୍କ ହୋଇଥିଲା ଏବଂ କମ୍ପାନି ଆଣିଥିବା ଚିଆଁକୁ କିଛି ବ୍ୟକ୍ତି ନଦୀକୁ ଫିଙ୍ଗି ଦେଇଥିଲେ । ଫଳରେ ପଶୁପତି କମ୍ପାନି ପକ୍ଷରୁ ଇଟାମାଟି ଥାନାରେ ଅଭିଯୋଗ ହୋଇଥିଲା । ପୋଲିସ ଏ ଘଟଣାରେ କୁକୁଡ଼ା ଫାର୍ମ ସଙ୍ଘର ନୟାଗଡ଼ ଜିଲା ସଭାପତିଙ୍କୁ ଗିରଫ କରିଥିଲା । ତେବେ ଗିରଫ ଘଟଣା ଜଣା ପଡିବା ପରେ ନୟାଗଡ଼ ଜିଲାର ଶହଶହ ଚାଷୀ ଆସି ଶନିବାର ଦିନ ରାତ୍ର ପ୍ରାୟ 2 ଟା ସମୟରେ ଇଟାମାଟି ଥାନା ଘେରାଉ କରିବା ସହ ଗିରଫ ସଭାପତିଙ୍କୁ ଛାଡିବାକୁ ଦାବି କରିଥିଲେ । ଘଟଣା ଅଣ ଆୟତ ହେବାରୁ ପୋଲିସ ଅନ୍ୟ ଥାନାରୁ ଫୋର୍ସ ମଗାଇବା ସହ, ଆନ୍ଦୋଳନକାରୀ ଶହଶହ ଚାଷୀଙ୍କ ଉପରେ ଲାଠି ଚାର୍ଜ କରିଥିଲା । ଫଳରେ ଅନେକ ଚାଷୀ ଗୁରୁତର ଆହତ ହୋଇଛନ୍ତି । ଏହାକୁ ନେଇ ଚାଷୀ ମାନେ ଏକ ସାମ୍ବାଦିକ ସମ୍ମିଳନୀ କରିବା ସହ ପୋଲିସର ଆକ୍ରମଣକୁ ବିରୋଧ କରିଛନ୍ତି । ସେପଟେ ଘଟଣା ଗୁରୁତର ହେବାରୁ ଚାଷୀଙ୍କୁ ଘଉଡାଇବା ପାଇଁ ପୋଲିସ ଏପରି କରିଥିବା କହିଛନ୍ତି ଇଟାମାଟି ଥାନା ଅଧିକାରୀ ।
ରାତି ଅଧରେ କୁକୁଡ଼ା ଚାଷୀଙ୍କ ଉପରେ ପୋଲିସର ଲାଠି ଚାର୍ଜ !!!

