ସାରସ୍ଵତ ସାଧକ ଗୋପାଳ ଚନ୍ଦ୍ର ପ୍ରହରାଜଙ୍କ ଭାଷାକୋଷ ଚିରସ୍ମରଣୀୟ : ସାହିତ୍ୟିକ ନିରଞ୍ଜନ ରଥ !!!

0
177

କଟକ ସଦର ( ଆୱାଜ ମିଡ଼ିଆ ) – ଶ୍ରୀକାନ୍ତ ବେଉରା : ଓଡ଼ିଆ ଭାଷା ସାହିତ୍ୟର କୋଣାର୍କ ପୂର୍ଣ୍ଣଚନ୍ଦ୍ର ଓଡିଆ ଭାଷାକୋଷର ଉପଯୁକ୍ତ ପ୍ରଚାର ଓ ପ୍ରସାର ହୋଇ ପାରିଲେ ତାହାହିଁ ହେବ ଏହାର ପ୍ରଣେତା ସ୍ଵର୍ଗତ ଗୋପାଳ ଚନ୍ଦ୍ର ପ୍ରହରାଜଙ୍କ ପ୍ରତି ଉପଯୁକ୍ତ ଶ୍ରଦ୍ଧାଞ୍ଜଳୀ ବୋଲି ଆଜି ତାଙ୍କର ୧୪୯ ତମ ଜୟନ୍ତୀରେ ଆୟୋଜିତ ଉତ୍ସବରେ ମୁଖ୍ୟବକ୍ତା ଭାବରେ ଯୋଗଦେଇ ବିଶିଷ୍ଟ ସାହିତ୍ୟିକ ଡଃ ପ୍ରଦୀପ୍ତ କୁମାର ପଣ୍ଡା କହିଛନ୍ତି । କଟକ ସଦର ବ୍ଲକ କନ୍ଦରପୁର ପଞ୍ଚାୟତର ସ୍ବର୍ଗତ ପ୍ରହରାଜଙ୍କ ନିଜ ଜନ୍ମସ୍ଥାନ ସିଦ୍ଧେଶ୍ୱରପୁର ଠାରେ ପ୍ରହରାଜ ପ୍ରତିଭା ପୂଜା ପରିଷଦର ସହଯୋଗରେ ଓଡିଶା ସାହିତ୍ୟ ଏକାଡେମୀ ପକ୍ଷରୁ ଆୟୋଜିତ ୧୪୯ ତମ ରାଜ୍ୟ ସ୍ତରୀୟ ଜୟନ୍ତୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ଲୋକ ସେବକ ମଣ୍ଡଳର ଓଡ଼ିଶା ଶାଖା ଅଧ୍ୟକ୍ଷ ତଥା ” ସମାଜ “ର ପ୍ରକାଶକ ଓ ମୁଦ୍ରାକର ନିରଞ୍ଜନ ରଥ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ସ୍ବର୍ଗତ ପ୍ରହରାଜଙ୍କ ସ୍ମରଣ କରି ଓଡ଼ିଆ ସାହିତ୍ୟ ପ୍ରତି ତାଙ୍କ ଅବଦାନ ବିଷୟରେ ଆଲୋକପାତ କରିଥିଲେ । ଓଡ଼ିଶା ସାହିତ୍ୟ ଏକାଡେମୀର ସଦସ୍ୟ ମନୋଜ ପଟ୍ଟନାୟକଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ସଭାରେ ପୂର୍ବତନ ସଂସ୍କୃତି ବିଭାଗ ସଚିବ ତଥା ପରିଷଦର ଉପଦେଷ୍ଟା ବିଜୟ ଜେନା, କନ୍ଦରପୁର ସରପଞ୍ଚ ସୁଭାଷିନୀ ରାଉତ, ପରିଷଦର ସଭାପତି ବ୍ୟଙ୍ଗକବି ପ୍ରତାପ ବେହେରା ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here