ପାରଳାରେ କାଞ୍ଚି କାମାକ୍ଷୀ ପୂଜା ଆରମ୍ଭ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ମାଟିଆ ସାହି ନିକଟରେ କାଞ୍ଚି କାମାକ୍ଷୀ ପୂଜା ଅନୁଷ୍ଠିତ । କାଞ୍ଚି କାମାକ୍ଷୀ ସୁନାରୀ ମାନଙ୍କର ଇଷ୍ଟ ଦେବୀ ଅଟନ୍ତି । ଏହି ପୂଜା ଆଗରୁ ଥିଲା , ଏହି ପୂଜାରେ ସତ୍ୟତା ରହିଛି । ବର୍ତ୍ତମାନ 13 ବର୍ଷ ହେଲା କରାଯାଉଛି । ଏ ଦେବୀ ହେଉଛନ୍ତି ଧନର ମାଲିକ । ଏହାର ନୀତି ନିୟମ କରି ଭକ୍ତି ଭାବରେ ପୂଜାର୍ଚ୍ଚନା କଲେ ଭାଗ୍ୟବତୀ ଧନ ଧ୍ୟାନ୍ୟ ବେପାର ବାଣିଜ୍ୟ ଦୁଃଖ କଷ୍ଟ ଦୂର ହେଉଛି ବୋଲି ଲୋକକଥା ରହିଛି । ସମସ୍ତଙ୍କର ମଙ୍ଗଳ ହେବା ସହ ସମସ୍ତ ଙ୍କର ମଙ୍ଗଳ କାମନା କରି ଏହି ପୂଜା କରାଯାଉଛି । ଏହି ପୂଜା ଶନିବାର ଦିନ ପର୍ଯ୍ୟନ୍ତ ହେବ ବୋଲି ଜଣା ପଡ଼ିଛି ।

Leave a Reply

Your email address will not be published. Required fields are marked *