କନ୍ଧମାଳ ( ଆୱାଜ ମିଡ଼ିଆ ) – ସଞ୍ଜୟ କୁମାର ପାଣିଗ୍ରାହୀ : କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡି ବ୍ଲକ ସିମନବାଡି ପଞ୍ଚାୟତ କାରିପାଙ୍ଗା ଗ୍ରାମରେ ମାଛ ମଡ଼କ ଦେଖାଯାଇଛି । ଉକ୍ତ ଗ୍ରାମର ଅମରେନ୍ଦ୍ର ପ୍ରଧାନ ଦେଶୀ ପ୍ରଣାଳୀରେ ମାଛ ଚାଷ କରୁଥିବା ବେଳେ ଏବେ ମାଛ ମଡ଼କକୁ ନେଇ ସେ ଲକ୍ଷାଧିକ ଟଙ୍କା କ୍ଷତି ସହିଥିବା କହିଛନ୍ତି । କିଛିଦିନ ତଳେ ସେ ତାଙ୍କ ପୋଖରୀରେ ମାଛ ଯାଆଁଳ ଛାଡ଼ିଥିବା ବେଳେ ସୋମବାର ସମସ୍ତ ମାଛ ଯାଆଁଳ ଗୁଡିକ ମରି ଭାସୁଥିବା ଦେଖିବାକୁ ମିଳିଛି । ଏଠାରେ ମତ୍ସ ବିଭାଗର କୌଣସି ଅଧିକାରୀ ନ ଥିବା ବେଳେ କେଉଁ କାରଣରୁ ଏଭଳି ମଡ଼କ ଦେଖାଯାଇଛି ସେ ଜାଣିପାରୁ ନଥିବାରୁ ଅସହାୟତା ପ୍ରକାଶ କରିଛନ୍ତି । ପ୍ରକାଶ ଯେ, ଦାରିଙ୍ଗବାଡି ଅଞ୍ଚଳର ଲୋକେ ଆନ୍ଧ୍ର ମାଛ ଉପରେ ନିର୍ଭର କରି ଆସୁଛନ୍ତି । ହେଲେ କିଛି ବର୍ଷ ହେଲା ସରକାରଙ୍କ ମୋ ପୋଖରୀ ଯୋଜନାରେ ପୋଖରୀ ଓ ମାଛ ଚାଷକୁ ଗୁରୁତ୍ୱ ଦିଆଯାଉଥିବାରୁ ସ୍ଥାନୀୟ ଲୋକ ମାଛ ଚାଷ କରିବାକୁ ଆଗ୍ରହ ପ୍ରକାଶ କରୁଛନ୍ତି । ଏବେ ମାଛ ମଡ଼କ ଯୋଗୁ ଏବେ ଚିନ୍ତା ବଢ଼ିଯାଇଛି ।