ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ର ଧାର୍ମିକ ସଂକୀର୍ତ୍ତନ ଗୁରୁ , ଗାୟକ ଶିରୋମଣୀ , ଶ୍ରୀ ଗାୟକ ଦେବେନ୍ଦ୍ର ପଟ୍ଟନାୟକଙ୍କର ୯୩ ବର୍ଷ ବୟସରେ ପରଲୋକ ଘଟିଛି । ୧୯୨୭ ମସିହା ଜୁନ୍ ମାସ ୨ ତାରିଖରେ ଜନ୍ମଗ୍ରହଣ କରିଥିଲେ ଗାୟକ ଶୀରୋମଣୀ । ସେ ଜଣେ ମିଷ୍ଟଭାଷୀ, ଶାନ୍ତ ସରଳ ମେଳାପୀ ବ୍ୟକ୍ତିଭାବେ ସର୍ବତ୍ର ପରିଚିତ ଥିଲେ । ସେ ଜଣେ ବିଶିଷ୍ଠ ମୃଦଙ୍ଗ ବାଦକ, ଗାୟକ ଭାବେ ପାରଳାଖେମୁଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ଜଣାଶୁଣା ଥିଲେ । ଅଷ୍ଟ ପ୍ରହରୀ ନାମ ଯଜ୍ଞ, ଗୀତା ପାରାୟଣ ଇତ୍ୟାଦି ବିଭିନ୍ନ ଧାର୍ମିକ କାର୍ଯ୍ୟରେ ମୃଦଙ୍ଗ ବଜାଇବା ସହ ନାମସଂକୀର୍ତ୍ତନ କରି ପରିଚିତ ଥିଲେ । ନିତ୍ୟାନନ୍ଦ ପାଠାଗାରର ମୁଖ୍ୟ ଉପଦେଷ୍ଟା ସହ ସେ ବିଭିନ୍ନ ଅନୁଷ୍ଠାନ ତରଫରୁ ସମ୍ମାନ ଓ ମାନପତ୍ର ପାଇଥିଲେ । ସ୍ୱର୍ଗତ ପଟ୍ଟନାୟକଙ୍କ ସ୍ମୃତିରେ ପାରଳାଖେମୁଣ୍ଡି ସ୍ଥିତ କରଣ ସାହିର ସର୍ବ ପୁରାତନ ତ୍ରିନାଥ ମନ୍ଦିର ପୂଜା କମିଟି ପକ୍ଷରୁ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ପ୍ରଭାତ ପଟ୍ଟନାୟକ, ଅମୁଲ୍ୟ ପାତ୍ର, ଗୋପୀ ସାହୁ, ରାମଶଙ୍କର ପଟ୍ଟନାୟକ, ରଘୁନାଥ ପଟ୍ଟନାୟକ, ମନୋରଞ୍ଜନ ପଟ୍ଟନାୟକ, ରମେଶ ପଟ୍ଟନାୟକ ପ୍ରମୁଖ ସ୍ବର୍ଗତ ଦେବେନ୍ଦ୍ର ପଟ୍ଟନାୟକଙ୍କ ସ୍ମୃତିଚାରଣ କରିଥିଲେ। ଅମର ଆତ୍ମାର ସଦଗତି ନିମନ୍ତେ ନୀରବ ପ୍ରାର୍ଥନା କରାଯାଇଥିଲା । ଏହି ଅବସରରେ ଶ୍ରୀକାନ୍ତ ସାହୁ , ପିଙ୍କୁ ପଟ୍ଟନାୟକ , ବିଶ୍ଵନାଥ ପଟ୍ଟନାୟକ , ଆଶିଷ କୁମାର ପଟ୍ଟନାୟକ , ସନ୍ତୋଷ କୁମାର ପଟ୍ଟନାୟକ , ବୁଲୁ ପଟ୍ଟନାୟକ , ବାପୁନ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ।