ନୟାଗଡ ( ଆୱାଜ ମିଡ଼ିଆ ) – ବିଶ୍ବଭୂଷଣ ମହାପାତ୍ର : ପବିତ୍ର ଦଶହରା ରେ ଘଟିଛି ଦୁର୍ଘଟଣା ! ଭଞ୍ଜନଗର ରାସ୍ତାର ଦଶପଲ୍ଲା ନିକଟସ୍ଥ ଗୋଡିବିଡା ଠାରେ ବିଳମ୍ବିତ ରାତି ପ୍ରାୟ ୯ ସମୟ ରେ କାଲେଶ୍ଵରୀ ନାମକ ଘରୋଇ ଯାତ୍ରୀବାହୀ ବସ୍ ନଂ OD10 G 3006 ଦୁର୍ଘଟଣାରେ ଜଣେ ମୃତ୍ୟୁ ବରଣ କରିଛନ୍ତି । ଡ୍ରାଇଭର ଗୁରୁତର ହୋଇଛନ୍ତି । ଗାଡିଟି ବ୍ରହ୍ମପୁରରୁ ଦଶପଲ୍ଲା ଅଭିମୁଖେ ଆସୁଥିବା ବେଳେ ଭାରସାମ୍ୟ ହରାଇ ରାସ୍ତା କଡକୁ ଓଲଟିପଡ଼ି ଏଭଳି ଦୁଃଖଦ ଘଟଣା ଘଟିଛି । ଆହତ ମାନଙ୍କୁ ଚିକିତ୍ସା ପାଇଁ ଦଶପଲ୍ଲା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି । ଘରୋଇ ଯାତ୍ରୀବାହୀ ବସ୍ ଓଲଟିବାରୁ ଜଣେ ଲୋକଙ୍କର ମୃତ୍ୟୁ ହୋଇଛି । ଅନ୍ୟ ୩ ଜଣ ଗୁରୁତରଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ମୃତକ ହେଲେ କଲ୍ୟାଣୀ ପଣ୍ଡା । ସେ ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କରେ ମ୍ୟାନେଜର ଥିଲେ । ଗୁରୁତର ୩ ଜଣଙ୍କ ମଧ୍ୟରେ ଅଛନ୍ତି ଡ୍ରାଇଭରଙ୍କ ସମେତ ୨ ଯାତ୍ରୀ ଲିଲୁକନ ବେହେରା ଓ ଟିଟୁନା ସାହୁ । ଘଟଣାସ୍ଥଳ ରେ ପୋଲିସ ଏବଂ ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଥିବା ସୂଚନା ମିଳିଛି !
ଦଶହରା ରେ ଓଲଟିଲା ଯାତ୍ରୀବାହି ବସ : ଓଡିଶା ଗ୍ରାମ୍ୟ ବ୍ୟାଙ୍କ ମ୍ୟାନେଜରଙ୍କ ମୃତ୍ୟୁ , ତିନି ଗୁରୁତର !!!

