ଅସୁରେଶ୍ଵର ଦିକ୍ଷିତୀପଡା ରେ ଶାରଦୀୟ ଦୁର୍ଗାପୂଜା ଅନୁଷ୍ଠିତ !!!

0
205

ନିଶ୍ଚିନ୍ତକୋଇଲି ( ଆୱାଜ ମିଡ଼ିଆ ) – ଡମ୍ବରୁଧର ବେହେରା : ନିଶ୍ଚିନ୍ତକୋଇଲି ବ୍ଲକ ଅଞ୍ଚଳରେ ଦୀର୍ଘ ଦୁଇ ବର୍ଷ ପରେ ଶାରଦୀୟ ଦୁର୍ଗାପୂଜା ମହା ସମାରୋହରେ ପାଳିତ ହୋଇଯାଇଛି । ଏହି ଅବସରରେ ବ୍ଲକ ଅନ୍ତର୍ଗତ ଅସୁରେଶ୍ଵର ପଞ୍ଚାୟତ ଦିକ୍ଷିତପଡା ଗ୍ରାମ ର ସର୍ବ ପୁରାତନ ଦୁର୍ଗାପୂଜା ଅନୁଷ୍ଠିତ ହୋଇଯାଇଛି । ଯାହାକି ୨୫୦ ବର୍ଷ ରୁ ଅଧିକ ହେବ ଅନୁଷ୍ଠିତ ହୋଇଆସୁଛି । ଓଡ଼ିଶାର ପ୍ରଥମ ଖବର କାଗଜ ଉତ୍କଳ ଦୀପିକା ର ସମ୍ପାଦକ ତଥା ଓଡ଼ିଆ ଭାଷା ସାହିତ୍ୟ ସୁରକ୍ଷାର କର୍ଣ୍ଣଧାର କର୍ମବୀର ଗୌରୀଶଙ୍କର ରାୟ ଙ୍କ ପ୍ରାଙ୍ଗଣ ରେ ପାଳିତ ହେଉଛି ଏହି ଉତ୍ସବ । କର୍ମବୀର ଗୌରୀଶଙ୍କର ଥିଲା ବେଳେ ନିଜେ କର୍ତ୍ତା ରୁପେ ପୂଜା କରୁଥିଲେ । ଏବେ ତାଙ୍କର ଦାୟାଦ ମଳୟ ଶଙ୍କର ରାୟ କର୍ତ୍ତା ରୁପେ ପୂଜା ରେ ବସିଥିଲେ । ବଙ୍ଗିୟ ପରମ୍ପରା ଅନୁଯାୟୀ ଏଠାରେ ପୂଜା ଅର୍ଚ୍ଚନା କରାଯାଇଥାଏ । ମା” ଙ୍କ ମୃଣ୍ମୟୀ ମୂର୍ତ୍ତି ଚାନ୍ଦିବେଶ ରେ ଆଭୁଶିତ ହୋଇ ଜଗତଜନନୀ ସିଂହବାହିନୀ ମା” ଦୁର୍ଗା ଙ୍କ ଷଷ୍ଠୀ ତିଥି ବେଲବରଣୀ ହୋଇ ଚକ୍ଷୁ ଦାନ ପାଇଥାନ୍ତି । ସପ୍ତମୀ ଓ ଅଷ୍ଟମୀ ପୂଜା , ସନ୍ଧି ପୂଜା ଦେଖିବା ନିମନ୍ତେ ପ୍ରବଳ ଶ୍ରଦ୍ଧାଳୁ ଙ୍କ ସମାବେଶ ହୋଇଥିଲା । ବିଜୟା ଦଶମୀ ତଥା ଦଶହରା ଦିନ ଶେଷ ଅପରାଜିତା ପୂଜା ହୋବା ସହିତ ସଧବା ମହିଳା ମାନେ ପରସ୍ପର କୁ ସିନ୍ଦୁର ବୋଳିଥିଲେ । ପ୍ରତ୍ୟେକ ଦିନ ପୂଜା କମିଟି ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଦିକ୍ଷିତପଡା ଗ୍ରାମବାସୀମାନେ ଏହି ପୂଜାରେ ସମ୍ପୁର୍ଣ୍ଣ ସହଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here