ଟାଟା ମେମୋରିଆଲ ହସ୍ପିଟାଲକୁ କଟକ ସ୍ଥାନାନ୍ତର କରିବା ପାଇଁ ଦାବି !!!

Spread the love

କଟକ ( ଆୱାଜ ମିଡ଼ିଆ ) – ଅମ୍ରିତା ପଟ୍ଟନାୟକ : କଟକ ସହରକୁ ପ୍ରତିଦିନ ହଜାର ହଜାର ରୋଗୀ ଆସନ୍ତି ଚିକିତ୍ସା ପାଇଁ । କଟକ ଏସସିବି ମେଡ଼ିକାଲ ବିଶ୍ବସ୍ତରୀୟ ହେବାକୁ ଯାଉଛି । ସରକାର ଙ୍କ ଦ୍ଵାରା ଏହା ଏକ ସୁନ୍ଦର ପଦକ୍ଷେପ । ତେବେ କ୍ୟାନସର ପେସେଣ୍ଟ ଙ୍କ ସଂଖ୍ୟା ଓଡ଼ିଶାରେ ତୀବ୍ର ଗତିରେ ବଢ଼ିବାରେ ଲାଗିଛି । କଟକ ରେ ଥିବା ସରକାରୀ ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ର ହଜାର ହଜାର ପେସେଣ୍ଟ ଙ୍କୁ ଯଥେଷ୍ଟ ନୁହେଁ । ଟାଟା ମେମୋରିଆଲ କ୍ୟାନସର ହସ୍ପିଟାଲ୍ କଟକ ବାରଙ୍ଗ ରତାଗଡ ରେ ପ୍ରତିଷ୍ଠା ପାଇଁ ନିଷ୍ପତି ନିଆଯାଇ ଭୂମି ପୂଜା ସରିଥିଲା । କିନ୍ତୁ ଏବେ ଶୁଣିବାକୁ ମିଳୁଛି ଏହା ବାରଙ୍ଗ ରୁ ସ୍ଥାନାନ୍ତରିତ ହୋଇ ଖୋର୍ଦ୍ଧା ଜଟଣୀ ରେ ପ୍ରତିଷ୍ଠା ପାଇଁ ସରକାର ସ୍ଥିର କହିଛନ୍ତି । ଯାହାକୁ ନେଇ କଟକ ବାସୀଙ୍କ ମନରେ ନିରାଶା ଭାବ ଖେଳି ଯାଇଛି । ଉତ୍ତମ ଚିକିତ୍ସା ପାଇଁ କଟକ ସହରକୁ ଦୂର ଦୁରାନ୍ତରୁ ରୋଗୀ ମାନେ ଆସୁଥିଲେ ମଧ୍ୟ, ଆବଶ୍ୟକୀୟ ଚିକିତ୍ସା ଉପକରଣ ଓ ଡାକ୍ତରଙ୍କ ଅଭାବ ଯୋଗୁଁ ସମସ୍ତଙ୍କ ଚିକିତ୍ସା କରିବା ଅସମ୍ଭବ । ଯଦି ଟାଟା ମେମୋରିଆଲ ହସ୍ପିଟାଲ ନିର୍ମାଣ ହେବ ତେବେ ଦୂରଦୂରାନ୍ତରୁ ଆସିଥିବା ରୋଗୀ ମାନେ ବହୁ ଉପକୃତ ହେବେ । ଏହି ବାବଦରେ ଆଜି ବାଇମୁଣ୍ଡି ସଙ୍ଗଠନ ତରଫରୁ, ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଜିଲ୍ଲାପାଳଙ୍କ ଜରିଆରେ ଦାବିପତ୍ର ପ୍ରଦାନ କରାଯାଇଛି ।

 

Leave a Reply

Your email address will not be published. Required fields are marked *