ଗଜପତିରେ କାର୍ତ୍ତିକ ପ୍ରଥମ ସୋମବାର ରେ ବିଭିନ୍ନ ଶୈବପୀଠ ରେ ଭକ୍ତଙ୍କ ସମାଗମ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲାର ବିଭିନ୍ନ ଶୈବପୀଠ ଗୁଡିକରେ କାର୍ତ୍ତିକ ମାସର ପ୍ରଥମ ସୋମବାର ରେ ଭକ୍ତଙ୍କ ସମାଗମ ଦେଖିବାକୁ ମିଳିଛି । ଭକ୍ତମାନେ ସକାଳୁ ନଡ଼ିଆ, କଦଳୀ,ଧୂପ ଦୀପ ଧରି ଶିବ ମନ୍ଦିର ରେ ପୂଜାର୍ଚ୍ଚନା କରିଥିବାର ଦେଖିବାକୁ ମିଳିଛି । ସେହିପରି ସହରର ରାମଲିଙ୍ଗେଶ୍ୱର, ଧବଳେଶ୍ବର, ମଲ୍ଲିକେଶ୍ୱର, ଗୋକୋନେଶ୍ୱର ମନ୍ଦିର ଗୁଡିକ ରେ ଭକ୍ତ ମାନେ ପୂଜାର୍ଚ୍ଚନା କରିଥିବାର ଦେଖିବାକୁ ମିଳିଛି । କାର୍ତ୍ତିକ ମାସ ଏକ ଧର୍ମ ମାସ ହୋଇ ରହିବାରୁ ବିଭିନ୍ନ ମନ୍ଦିରକୁ ଶ୍ରଦ୍ଧାଳୁଙ୍କ ସୁଅ ଛୁଟିଥିଲା । କାର୍ତ୍ତିକ ମାସରେ ଶିବ ଙ୍କୁ ଉପାସନା କଲେ ସକଳ ରିଷ୍ଟ ଖଣ୍ଡନ ହୁଏ ବୋଲି ଲୋକ କଥା ରହିଛି । ଏହି ମାସରେ ପ୍ରଭୁ ଭୋଳା ଶଙ୍କରଙ୍କୁ ଉପାସନା କଲେ ଦୁଃଖ କଷ୍ଟ ରୋଗ ଶୋକ ଦୂର ହୁଏ ବୋଲି ବିଶ୍ଵାସ ରହିଛି ।

Leave a Reply

Your email address will not be published. Required fields are marked *