ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡିରେ ବିଭିନ୍ନ ବିଭାଗର ପଦାଧିକାରୀ ପଦବୀ ଖାଲି ପଡ଼ିଛି । କ୍ରୀଡ଼ା ଅଧିକାରୀ ପଦବୀ, ପର୍ଯ୍ୟଟନ ଅଧିକାରୀ ପଦବୀ, ମତ୍ସ୍ୟ ଅଧିକାରୀ ପଦବୀ ,କ୍ଷୁଦ୍ର ଜଳ ସେଚନ ନିର୍ବାହୀ ଯନ୍ତ୍ରୀ ଏହିପରି ବିଭିନ୍ନ ବିଭାଗର ପଦବୀ ଖାଲି ପଡ଼ିଛି । ଏହାର ଦାୟିତ୍ୱ ଅନ୍ୟ ଅଧିକାରୀ ତୁଲାଉଥିବାର ଜଣା ପଡ଼ିଛି । ଜିଲ୍ଲା କ୍ରୀଡ଼ା ଅଧିକାରୀ ନଥିବାରୁ ଏହାର ଦାୟିତ୍ୱ ତୁଲାଉଛନ୍ତି ସହକାରୀ ଜିଲ୍ଲାପାଳ ନଟବର ଗରଡ଼, ପର୍ଯ୍ୟଟନ ଅଧିକାରୀ ପଦବୀ ଖାଲି ପଡ଼ିଥିବାରୁ ରତିକାନ୍ତ ପଟ୍ଟନାୟକ ଗଞ୍ଜାମ ଓ ଗଜପତିର ଦାୟିତ୍ୱ ତୁଲାଉ ଥିବାର ଜଣାପଡିଛି । ସେହିପରି ମତ୍ସ୍ୟ ଅଧିକାରୀ ପଦବୀଟି ଖାଲି ପଡିଥିବା ବେଳେ ଅତିରିକ୍ତ ମତ୍ସ୍ୟ ଅଧିକାରୀ ଲିସା ବେହେରା ଦାୟିତ୍ୱ ତୁଲାଉଥିବାର ଜଣା ପଡ଼ିଛି । ଜିଲ୍ଲା ମଙ୍ଗଳ ଅଧିକାରୀ ସନ୍ତୋଷ କୁମାର ରଥ, ଜିଲ୍ଲା ବୟନ ଓ ହସ୍ତ ଶିଳ୍ପ ଅଧିକାରୀଙ୍କ ଦାୟିତ୍ୱ ତୁଲାଉଥିବାର ଜଣା ପଡ଼ିଛି । କ୍ଷୁଦ୍ର ଜଳ ସେଚନ ବିଭାଗର କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀଙ୍କ ଅବସର ପରେ ବ୍ରହ୍ମପୁର କ୍ଷୁଦ୍ର ଜଳ ସେଚନ ବିଭାଗର କାର୍ଯ୍ୟ ନିର୍ବାହୀ ଅଧିକାରୀ ଜଗନ୍ନାଥ ଦାୟିତ୍ୱ ତୁଲାଉ ଥିବାର ଜଣା ପଡ଼ିଛି । ରାଜ୍ୟ ସରକାର ଏଥିପ୍ରତି ଦୃଷ୍ଟି ଦେଲେ ଏହି ପଦବୀ ଗୁଡିକ ପୂରଣ ହେବା ସଙ୍ଗେ ସଙ୍ଗେ ଜିଲ୍ଲାର ବିକାଶ ହୋଇ ପାରିବ ବୋଲି ଆଶା କରାଯାଉଛି ।
ଗଜପତି ଜିଲ୍ଲାରେ ଖାଲି ପଡିଛି ବିଭିନ୍ନ ବିଭାଗର ପଦବୀ !!!

