ଆଠଗଡ ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ବାତ୍ୟା ଫନି କୁ ବିତିଲା ୪ ବର୍ଷ , ହେଲେ ମିଳି ପାରିଲା ନାହିଁ ବିପନ୍ନ ଙ୍କୁ ଫନି ସହାୟତା ! ଏହାକୁ ବିରୋଧ କରି ସମାଜସେବୀ ଅଭୟ ବାରିକଙ୍କ ନେତୃତ୍ୱରେ ଶତାଧିକ ହିତାଧିକାରୀ କଟକ ଜିଲ୍ଲା ଆଠଗଡ଼ ର ତହସିଲଦାରଙ୍କ କାର୍ଯ୍ୟାଳୟକୁ କଲେ ଘେରାଉ ! ସାମାଜିକ କର୍ମୀ ଅଭୟ ବାରିକ ଗଣମାଧ୍ୟମ ଆଗରେ ଅ।ରଟିଆଇ ତଥ୍ୟ ଦ୍ୱାରା ଏହାର କରିଛନ୍ତି ଖୁଲାସା ! ସୂଚନା ଥାଉକି ଆଠଗଡ଼ ବ୍ଲକର କୁମାରପୁର ଓ ଗୋବରା ପଂଚାୟତ ର ୩୮ ଜଣ ପରିବାରକୁ ଅଦ୍ୟାବଧି ମିଳି ପାରିନି ଫନି ସହାୟତା ! ଅନ୍ୟ ପକ୍ଷରେ କ୍ଷମତାର ଅପବ୍ୟବହାର ପରି ୩୮ ଏକର ଗୋଚର ଜମି କୁ ଏକ ନିର୍ଦ୍ଦିଷ୍ଟ ଦଳର ପୂର୍ବତନ ବ୍ଲକ ଅଧକ୍ଷ ଜବରଦଖଲ ରେ ରଖି ନିଜର ଆଧିପତ୍ୟ ବିସ୍ତାର କରିଛନ୍ତି ! ଯାହା ସମ୍ପୂର୍ଣ ଆଇନ ବିରୋଧୀ ଅଟେ ! ଏହାକୁ ନେଇ ବିଭିନ୍ନ ସମୟରେ ଆଠଗଡ଼ ତହସିଲଦାର ଙ୍କୁ ଲିଖିତ ଓ ମୌଖିକ ଅବଗତ କରାଯାଇଥିଲେ ସୁଦ୍ଧା କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲେ ନାହିଁ କିମ୍ବା ଫନି ବିପନ୍ନ ଙ୍କୁ ଏଯାବତ କୌଣସି ସହାୟତା ମିଳିପାରିଲା ନାହିଁ ! ଯାହାକୁ ବିରୋଧ କରି ଆଜି ଶତାଧିକ ହିତାଧିକାରୀ ତହସିଲ କାର୍ଯ୍ୟାଳୟକୁ କଲେ ଘେରାଉ ! ଫନି ସହାୟତା ପାଇଁ କଟକ ଆଠଗଡ଼ ତହସିଲଦାର ଙ୍କ କାର୍ଯ୍ୟାଳୟ ଘେରାଉ ଘଟଣା ପରେ ଏକ ମାସ ର ସମୟ ନେଲେ ଆଠଗଡ଼ ତହସିଲଦାର ପ୍ରିୟବ୍ରତ ଦାସ ! ଯଦି ଏହି ଏକ ମାସ ମଧ୍ୟରେ ପ୍ରତ୍ୟେକ ଟି ଫନି ବିପନ୍ନ ଙ୍କ ପାଖରେ ଫନି ସହାୟତା ନପହଞ୍ଚିବ ଏହା ସହିତ ସରକାରୀ ଜମି ହଡପ କରିଥିବା ବ୍ୟକ୍ତି ମାନଙ୍କ ଉପରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନ ଯାଏ ତେବେ ନିଶ୍ଚିନ୍ତ ଭାବେ ଆଗାମୀ ଦିନରେ ଜନସାଧାରଣ ଙ୍କ ସ୍ୱାର୍ଥ କୁ ନେଇ ଆନ୍ଦୋଳନ କୁ ତୀବ୍ରତର କରାଯିବ ବୋଲି ଦିଆଗଲା ଚେତାବନୀ !
ଫନି ସହାୟତା ଓ ଗୋଚର ଜମି ଜବରଦଖଲକୁ ପ୍ରତିବାଦ କରି ତହସିଲ କାର୍ଯ୍ୟାଳୟ ଘେରାଉ !!!

