ପୁଣି ଜନନୀ ଯନ୍ତ୍ରଣା : ପ୍ରସୂତି ମହିଳାଙ୍କୁ ଖଟିଆରେ ବୋହି ନାଳ ପାର କରାଇଲେ ଗ୍ରାମବାସୀ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ମୋହନା ବ୍ଲକ କୁସୁମପଲ୍ଲୀ ଗାଁରେ ପୁଣି ଜନନୀ ଯନ୍ତ୍ରଣାର ଚିତ୍ର ସାମ୍ନାକୁ ଆସିଛି । ଗାଁ ‘କୁ ଭଲ ରାସ୍ତା ନ ଥିବାରୁ ଜଣେ ପ୍ରସୂତି ମହିଳାଙ୍କୁ ଭାରରେ ବୋହି ନାଳ ପାର କରାଇ ମେଡିକାଲକୁ ନେଇଛନ୍ତି ଗ୍ରାମବାସୀ । ଗାଁ ର ବନମାଳୀ ନାୟକଙ୍କ ପତ୍ନୀ ସଂଯନୀ ନାୟକଙ୍କ ପ୍ରସବ ସମୟ ହେବାରୁ ଗାଁ କୁ ଆମ୍ବୁଲାନ୍ସ ନଯିବାରୁ ଗାଁ ଠାରୁ ଲିଲିଗଡ ଯାଏଁ ଗୋଟିଏ କିମି ରାସ୍ତା ଗ୍ରାମବାସୀ ଖଟରେ ବୋହି ନାଳ ପାର କରାଇ ଚନ୍ଦ୍ରଗିରି ମେଡିକାଲର ଭର୍ତ୍ତି କରିଥିଲେ । ସେଠାରେ ଏକ ପୁତ୍ର ସନ୍ତାନ ପ୍ରସବ କରିବା ପରେ ପୁଣି ଥରେ ଖଟରେ ବୋହି ନାଳ ପାର କରାଇ ଗାଁ କୁ ନେଇଛନ୍ତି ଗ୍ରାମବାସୀ । ଏହି ରାସ୍ତା ଉପରେ କୁସୁମପଲ୍ଲୀ, ସୁନାରୀ ପଲ୍ଲୀ, କୁଟିଙ୍ଗପଦର ଗାଁ ସମେତ ୪ ଖଣ୍ଡ ଗାଁ ନିର୍ଭରଶୀଳ ଥିବା ବେଳେ ନାଳରେ ପୋଲ ନ ଥିବାରୁ ବର୍ଷ ବର୍ଷ ଧରି ସମସ୍ୟା ଭୋଗିଆସୁଛନ୍ତି ଗ୍ରାମବାସୀ । ଏ ନେଇ ପ୍ରଶାସନର ପ୍ରତିକ୍ରିୟା ମିଳି ପାରିନାହିଁ ।

Leave a Reply

Your email address will not be published. Required fields are marked *