ପାରାଦୀପ ( ଆୱାଜ ମିଡ଼ିଆ ) – ଚକ୍ରବର୍ତ୍ତୀ ଓତା : ପାରାଦୀପ ବନ୍ଦର ମୁଖ୍ୟ ଚିକିତ୍ସାଳୟ ସହିତ ଆଜିଠାରୁ ଯୋଡ଼ିହେଲା ଆୟୁର୍ବେଦ ଚିକିତ୍ସା ସହିତ ଯୋଗ | ଭାରତ ସରକାରଙ୍କ ଜାହାଜ ଚଳାଚଳ ମନ୍ତ୍ରଣାଳୟ ର ନିର୍ଦ୍ଦେଶ କ୍ରମେ ଏହି ଦୁଇଟି ଚିକିତ୍ସା ପଦ୍ଧତି କୁ ଆପଣେଇଛନ୍ତି ବନ୍ଦର କର୍ତ୍ତୃପକ୍ଷ | ଏଲୋପାଥି ସହିତ ଯେଉଁମାନେ ଆୟୁର୍ବେଦିକ ଚିକିତ୍ସା ଓ ଯୋଗ ଚିକିତ୍ସା ଚାହିଁବେ ସେମାନେ ଏହାର ସୁବିଧା ନେଇ ପାରିବେ ବୋଲି ଜଣାପଡିଛି | କରୋନା ର ବିଭିଷିକା ମଧ୍ୟରେ ଆୟୁର୍ବେଦ ଓ ଯୋଗ କୁ ଅନେକ ଆପଣେଇଥିବା ବେଳେ ପାରାଦୀପ ବନ୍ଦର ମୁଖ୍ୟ ଚିକିତ୍ସାଳୟ ରେ ଏହି ସୁବିଧା ଆଜିଠାରୁ ଉପଲବ୍ଧି ହେବାରୁ ସମସ୍ତେ ଖୁସି ଅନୁଭବ କରିଛନ୍ତି ।
ପାରାଦୀପ ବନ୍ଦର ମୁଖ୍ୟ ଚିକିତ୍ସାଳୟ ସହିତ ଯୋଡିହେଲା ଆୟୁର୍ବେଦ ଚିକିତ୍ସା ଏବଂ ଯୋଗ କାର୍ଯ୍ୟକ୍ରମ !!!

