ପାରାଦୀପ ( ଆୱାଜ ମିଡ଼ିଆ ) – ଚକ୍ରବର୍ତ୍ତୀ ଓତା : ପାରାଦୀପ ବସଷ୍ଟାଣ୍ଡ ରେ ଡ୍ରାଇଭର ଓ କଣ୍ଡକ୍ଟର ଙ୍କୁ ନିଶା ଦେଇ ଲୁଟ ଅଭିଯୋଗ | ପୁରୀ ରୁ ପାରାଦୀପ ଯାଉଥିବା ଶିବଶକ୍ତି ବସ୍ ରେ ଏହି ଘଟଣା ଘଟିଥିବା ବେଳେ ଡ୍ରାଇଭର ଓ କଣ୍ଡକ୍ଟର ଙ୍କୁ ଆଜି ସକାଳୁ ଅଚେତ ଅବସ୍ଥାରେ ଉଦ୍ଧାର କରାଯାଇଛି | ଉକ୍ତ ବସ ଟି ଗତକାଲି ପୁରୀ ରୁ ପାରାଦୀପ ଆସୁଥିବା ବେଳେ ବସ୍ ରେ ପୁରୀ ଜିଲ୍ଲା ଚାରିଛକ ରୁ ଉଠିଥିଲା ଲୁଟେରା | ଷ୍ଟାଫ୍ ଙ୍କ ସହ ସମ୍ପର୍କ ବଢାଇ ରାତି ରେ ଦେଇଥିଲା ମୃଦୁ ପାନୀୟ ରେ ନିଶା , ତେଣୁ ସମସ୍ତେ ଖାଇସାରି ଅଚେତ ହୋଇ ଶୋଇଗଲା ପରେ ସେ ସବୁ ଟଙ୍କା ପଇସା ମୋବାଇଲ ଓ ଅନେକ ଗୁରୁତ୍ୱପୂର୍ଣ୍ଣ ଜିନିଷ ଲୁଟ କରି ଫେରାର ହୋଇଯାଇଥିବା ଜଣାପଡିଛି | ବସ୍ ର ହେଲପରଙ୍କର ଅଦ୍ୟାବଧି ଦେଖା ମିଳିନାହିଁ |
ପାରାଦୀପ ବସଷ୍ଟାଣ୍ଡ ରେ ଅଘଟଣ !!!

