ନୟାଗଡ ( ଆୱାଜ ମିଡ଼ିଆ ) – ବିଶ୍ଵଭୂଷଣ ମହାପାତ୍ର : ନୟାଗଡ଼ ଜିଲ୍ଲା କେନ୍ଦ୍ର ସମବାୟ ବ୍ୟାଙ୍କ ପରିଚାଳନା ପରିଷଦ ନିର୍ବାଚନ ମଇଦାନରେ ଭିନ୍ନ ପରିସ୍ଥିତି ସୃଷ୍ଟି ହୋଇଛି । ୧୫ ଜୋନ୍ ପାଇଁ ୫୭ ଜଣ ପ୍ରାର୍ଥୀ ରହିଥିବା ବେଳେ ୩୨ ଜଣ ପ୍ରାର୍ଥୀ ନାମାଙ୍କନ ପ୍ରତ୍ୟାହାର କରିଛନ୍ତି । ଦଳୀୟ ଶୃଙ୍ଖଳା ମାନି ଏହି ପ୍ରାର୍ଥୀ ମାନେ ନିର୍ବାଚନରୁ ଓହରି ଯାଇଥିବା ଆଲୋଚନା ହୋଇଛି । ଫଳରେ ନିର୍ବାଚନ ମଇଦାନରେ ୧୦ ଜଣ ପ୍ରାର୍ଥୀ ଅପ୍ରତିଦ୍ୱନ୍ଦୀ ରହିଥିବା ସୂଚନା ମିଳିଛି । ଅନ୍ୟ ୫ଟି ଜୋନରେ ନିର୍ବାଚନ ହେବା ସୁନିଶ୍ଚିତ ହୋଇଛି । ଜୋନ୍ ନମ୍ବର ୧ ରେ ନିତ୍ୟାନନ୍ଦ ପ୍ରଧାନ, ଜୋନ୍ ନମ୍ବର ୨ ରେ ବାସନ୍ତି ରାଉତ, ଜୋନ୍ ନମ୍ବର ୫ ରେ ସୂର୍ଯ୍ୟ ନାରାୟଣ ସାହୁ, ଜୋନ୍ ନମ୍ବର ୭ ରେ ସଞ୍ଜୟ କୁମାର ଖୁଣ୍ଟିଆ, ଜୋନ୍ ନମ୍ବର ୮ ରେ ପ୍ରଦୀପ କୁମାର ବେହେରା, ଜୋନ୍ ନମ୍ବର ୯ ରେ ମାଧବ ଚନ୍ଦ୍ର ସାହୁ, ଜୋନ୍ ନମ୍ବର ୧୨ ରେ ରବିନ୍ଦ୍ର ନାଥ ସାହୁ, ଜୋନ୍ ନମ୍ବର ୧୩ ରେ ମନୋଜ କୁମାର ନାୟକ, ଜୋନ୍ ନମ୍ବର ୧୪ ରେ ସୁରପ୍ରିୟା ମହାନ୍ତି, ଜୋନ୍ ନମ୍ବର ୧୫ ରେ ମୈାସୁମୀ ସାହୁ ଅପ୍ରତିଦ୍ୱନ୍ଦୀ ହୋଇଥିବା ନିର୍ବାଚନ ଅଧିକାରୀ ତଥା ଉପଜିଲ୍ଲାପାଳ ଲଗ୍ନିଜିତ ରାଉତ ସୂଚନା ଦେଇଛନ୍ତି । ସେହିଭଳି ଭାବେ ଜୋନ୍ ନମ୍ବର ୩ ରେ ଦୀପ୍ତି ରଞ୍ଜନ ପରିଡ଼ା, ସନ୍ୟାସୀ ପ୍ରଧାନ ରହିଥିବା ବେଳେ ଜୋନ୍ ନମ୍ବର ୪ ରେ ଦୁର୍ଯ୍ୟୋଧନ ବେହେରା, ପ୍ରସନ୍ନ କୁମାର ସ୍ୱାଇଁ, ବିଦ୍ୟାଧର ଦାଶ, ଜୋନ୍ ନମ୍ବର ୬ ରେ ଉପେନ୍ଦ୍ର କୁମାର ସାହୁ, ନାରାୟଣ ସାହୁ, ସୁରେଶ ଚନ୍ଦ୍ର ଜେନା, ଜୋନ୍ ନମ୍ବର ୧୦ ରେ ଚିନ୍ତାମଣୀ ନାୟକ, ମହେଶ୍ୱର ବେହେରା, ଜୋନ୍ ନମ୍ବର ୧୧ ରେ ଚଇନ ବିଶ୍ୱାଳ, ଦୀନବନ୍ଧୁ ସାହୁ, ରାଜକିଶୋର ସ୍ୱାଇଁ, ସୁବଳ ଚରଣ ପ୍ରଧାନ, ସୂର୍ଯ୍ୟମଣୀ ସ୍ୱାଇଁ ପ୍ରମୂଖ ନିର୍ବାଚନରେ ଅବତୀର୍ଣ୍ଣ ହୋଇଥିବା ଜଣାଯାଇଛି । ଅପ୍ରତିଦ୍ୱନ୍ଦୀ ହୋଇଥିବା ସମସ୍ତ ପ୍ରାର୍ଥୀ ବିଜୁ ଜନତା ଦଳର ବୋଲି ସୂଚନା ମିଳିଛି । ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ, ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା, ଖଣ୍ଡପଡ଼ା ବିଧାୟକ ସୈାମ୍ୟ ରଞ୍ଜନ ପଟ୍ଟନାୟକ, ରଣପୁର ବିଧାୟକ ସତ୍ୟନାରାୟଣ ପ୍ରଧାନଙ୍କ ଉଦ୍ୟମ କ୍ରମେ ଦଳୀୟ ଶୃଙ୍ଖଳାକୁ ଗୁରୁତ୍ୱ ଦିଆଯାଇଥିବା ସୂଚନା ମିଳିଛି । ୧୦ ଟି ଜୋନ୍ ସଦସ୍ୟ ଅପ୍ରତିଦ୍ୱନ୍ଦୀ ହେବା ପରେ କିଏ ସଭାପତି ହେବ ତାକୁ ନେଇ ଆଶଙ୍କା ସୃଷ୍ଟି ହୋଇଛି ।

