କଟକ ( ଆୱାଜ ମିଡ଼ିଆ ) – ଅମ୍ରିତା ପଟ୍ଟନାୟକ : କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁଙ୍କୁ ଭେଟିଲେ ଓଡ଼ିଶା ସୁରକ୍ଷା ସେନାର ପ୍ରତିନିଧି ମଣ୍ଡଳୀ । ଏହି ସାକ୍ଷାତକାର ସମୟରେ ରାଜ୍ୟର ପ୍ରଗତି ଓ ଅନ୍ୟାନ୍ୟ ବିଷୟରେ ଉପରେ ଆଲୋଚନା କରାଯାଇଥିଲା । ଏହା ସହିତ ଓଡ଼ିଶା ସୁରକ୍ଷା ସେନାର ମୁଖ୍ୟ ଅଭିଷେକ ଯୋଶୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କୁ ଲେଖିଥିବା ଏକ ପତ୍ର ମଧ୍ୟ ଶ୍ରୀଯୁକ୍ତ ଟୁଡୁଙ୍କୁ ପ୍ରଦାନ କରାଯାଇଥିଲା । ଏହି ପତ୍ରରେ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରାଯାଇଛି ଯେ ବିଭିନ୍ନ ମୂଲ୍ୟ ର ମୁଦ୍ରା ଉପରେ ଥିବା ମହାତ୍ମା ଗାନ୍ଧୀଙ୍କ ଫଟୋ ମୁଦ୍ରଣ କରାଯାଇଛି , ସେହିପରି ଅନ୍ୟ ଦେଶଭକ୍ତ ଯେପରିକି ସୁଭାଷ ଚନ୍ଦ୍ର ବୋଷ, ଭଗତ ସିଂହ, ଲାଲା ରାଜପତ ରାଏ ଇତ୍ୟାଦିଙ୍କ ଫଟୋ ମଧ୍ୟ ମୁଦ୍ରଣ କରାଯାଉ । ଏହି ପ୍ରତିନିଧି ମଣ୍ଡଳୀରେ ଓଡ଼ିଶା ସୁରକ୍ଷା ସେନାର ସାଧାରଣ ସମ୍ପାଦକ ସବ୍ୟସାଚୀ ଶତପଥୀ , ସନ୍ତୋଷ ଚୌଧୁରୀ , ମିଡ଼ିଆ ପ୍ରମୁଖ ରବି ଶଙ୍କର ଶର୍ମା ଓ ଆଇନ ପ୍ରମୁଖ ଅରୁଣ କୁମାର ନାୟକ ଉପସ୍ଥିତ ଥିଲେ ।