କଟକ ସଦର ( ଆୱାଜ ମିଡ଼ିଆ ) – ଶ୍ରୀକାନ୍ତ ବେଉରା : କଟକ ସଦର ୪୨ ମୌଜା ଅନ୍ତର୍ଗତ ଶ୍ରୀରାମ ମୌଜାର ବଟର ଫ୍ଲାଏ କଲ୍ୟାଣ ମଣ୍ଡପ ସଭାଗୃହରେ ଭାରତୀୟ କିସାନ୍ ସଂଘର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ସର୍ବ ଭାରତୀୟ ସଭାପତି ବଦ୍ରିନାରାୟଣ ଚୌଧୁରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଅକ୍ଟୋବର ୧୫ ଓ ୧୬ ଦୁଇଦିନ ଧରି ଅନୁଷ୍ଠିତ ଏହି ବୈଠକରେ ଚାଷୀମାନଙ୍କ ସମସ୍ୟା ଓ ତାହାର ନିରାକରଣ ପାଇଁ ଆଲୋଚନା କରାଯାଇଥିଲା । ଏହି କାର୍ଯ୍ୟକ୍ରମ ଅବସରରେ ପ୍ରକୃତି ବନ୍ଧୁ ନବକିଶୋର ପଣ୍ଡା ଙ୍କୁ “ପ୍ରକୃତି ପୁରୋହିତ” ସମ୍ମାନରେ ସମ୍ମାନୀତ କରାଯାଇଛି । ଏହି ଅବସରରେ ସଂଘର ସର୍ବ ଭାରତୀୟ ସଭାପତି ବଦ୍ରିନାରାୟଣ ଚୌଧୁରୀ, କ୍ଷେତ୍ର ସଂଗଠନ ମନ୍ତ୍ରୀ ଶ୍ରୀନିବାସ ଜୀ ଓ ରାଜ୍ୟ ତଥା ରାଜ୍ୟ ବାହାର ଚାଷୀ ନେତୃମଣ୍ଡଳୀ ପ୍ରକୃତି ବନ୍ଧୁଙ୍କ ଦୀର୍ଘ ୩୦ ବର୍ଷ ଧରି ଜଙ୍ଗଲ ସୃଷ୍ଟି ଅଭିଯାନ, “ସବୁଜ ବିପ୍ଲବ ମିଶନ ” କୁ ଉଚ୍ଚ ପ୍ରଶଂସା କରିଥିଲେ ।
ଭାରତୀୟ କିସାନ ସଂଘ ତରଫରୁ ପ୍ରକୃତିବନ୍ଧୁ ଙ୍କୁ “ପ୍ରକୃତି ପୁରୋହିତ” ସମ୍ମାନରେ ସମ୍ବର୍ଦ୍ଧନା !!!

