ପ୍ରଶାସନିକ ସେବା ପରୀକ୍ଷାରେ ସଫଳତା ପାଇଥିବା ସୌମ୍ୟରଂଜନଙ୍କୁ ସଂବର୍ଦ୍ଧନା !!!

0
223

ଡମପଡା ( ଆୱାଜ ମିଡ଼ିଆ ) – ସୁବ୍ରତ କୁମାର ନାୟକ : ନିକଟରେ ଓଡିଶା ରାଜ୍ୟ ସରକାରଙ୍କର ପ୍ରଶାସନିକ ସେବା ର ପରୀକ୍ଷାଫଳ ପ୍ରକାଶ ପାଇଛି । ଏଥିରେ ବାଙ୍କୀ ଡମପଡା ବ୍ଲକ ତାଳବସ୍ତ ପଞ୍ଚାୟତ ପଦନପୁର ଗ୍ରାମର ପୁଅ ସୌମ୍ୟରଂଜନ ସାହୁ ଉତ୍ତୀର୍ଣ୍ଣ ହୋଇ ଗାଁ ମାଟିର ଟେକ ରଖିଛନ୍ତି । ତାଙ୍କ ବାପା ପିତବାସ ସାହୁ ଜଣେ ଅବସର ପ୍ରାପ୍ତ କନିଷ୍ଠ ଯନ୍ତ୍ରୀ ଅଟନ୍ତି । ତାଳବସ୍ତ ପଂଚାୟତରେ ସୌମ୍ୟରଂଜନ ସାହୁ ହେଉଛନ୍ତି ପ୍ରଥମ ଓ.ଏ.ଏସ୍ । ସୌମ୍ୟଙ୍କ ଏହି ସଫଳତା ଆଗାମୀ ଦିନରେ ଅନ୍ୟ ଯୁବପିଢିଙ୍କୁ ନିଶ୍ଚିନ୍ତ ପ୍ରୋତ୍ସାହିତ କରିବ ।ଯୁବ ସମାଜସେବୀ ରାଜକିଶୋର ମହାନ୍ତିଙ୍କ ଆୟୋଜନରେ ପଦନପୁର ଗ୍ରାମବାସୀଙ୍କ ତରଫରୁ ଏକ ସଂବର୍ଦ୍ଧନା ଉତ୍ସବ କରାଯାଇ ସୌମ୍ୟରଂଜନ ସାହୁଙ୍କୁ ସଂବର୍ଦ୍ଧନା ଜ୍ଞାପନ କରାଯାଇଛି । ସେହିପରି ତାଳବସ୍ତର ଯୁବ ଶିଳ୍ପଦ୍ବ୍ୟୋଗୀ ତଥା ରାଜନିତିଜ୍ଞ ବ୍ୟକ୍ତି ଅକ୍ଷୟ କୁମାର ବେହେରା ତାଙ୍କ ବାସଭବନକୁ ଯାଇ ସଂବର୍ଦ୍ଧିତ କରିଥିଲେ । ଭବିଷ୍ୟତରେ ସରକାରଙ୍କର ଯାହା କାର୍ଯ୍ୟକ୍ରମର ଦାୟୀତ୍ବ ପଡିବ , ତାହାକୁ ସଠିକ ଭାବେ ତୁଲାଇବା ସହିତ ନିଜ ଜନ୍ମମାଟିର ଶିକ୍ଷାନୁଷ୍ଠାନ ଓ ସ୍ବାସ୍ଥ୍ୟକେନ୍ଦ୍ରର ଉନ୍ନତି ଉପରେ ବେଶୀ ଧ୍ୟାନ ଦେବେ ବୋଲି ଅଭିନନ୍ଦନ ଶୁଭେଚ୍ଛାର ପ୍ରତ୍ୟୁତ୍ତୋରରେ ସୌମ୍ୟରଂଜନ ସାହୁ କହିଛନ୍ତି !

LEAVE A REPLY

Please enter your comment!
Please enter your name here