୯୪୧ ଦିନରେ ପହଁଚିଲା ଚିନ୍ମୟ ଫାଉଣ୍ଡେସନର କରୋନା ସଚେତନତା କାର୍ଯ୍ୟକ୍ରମ : ଖମାରରେ ଅନୁଷ୍ଠାନ ତରଫରୁ କିଟ୍ ଓ ରିଲିଫ ବଣ୍ଟନ କାର୍ଯ୍ୟକ୍ରମ !!!

0
144

ଅନୁଗୁଳ ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ସମଗ୍ର ବିଶ୍ୱରୁ ମହାମାରୀ କରୋନାର ପ୍ରକୋପ ସମ୍ପୂର୍ଣ୍ଣ ଭାବରେ ଲୋପ ପାଇ ନାହିଁ l ଏଥିପାଇଁ ଚିନ୍ମୟ ଫାଉଣ୍ଡେସନର ଦିନସଂଖ୍ୟା ୯୪୧ ମଙ୍ଗଳବାର ଦିନ ଅନୁଗୋଳ ଜିଲ୍ଲାର ଖମାର ତହସିଲ ର ବିଭିନ୍ନ ସ୍ଥାନରେ ଲୋକ ମାନଙ୍କୁ ସଚେତନ କରାଇବା ସହ ଓଡିଶା ସରକାରଙ୍କର କରୋନା ଗାଇଡ଼ ଲାଇନ୍ ଡିସେମ୍ବର-୩୧ ସମ୍ପର୍କରେ ଅବଗତ ଓ ପାଳନ କରିବାକୁ ପରାମର୍ଶ ଦିଆଯାଇଥିଲା । ଏତଦଦ୍ଭିନ୍ନ ଲୋକ ମାନଙ୍କୁ ମାକ୍ସ, ସାବୁନ, ସାନିଟାଇଜର, ଓ.ଆର.ଏସ, ବ୍ଲିଚିଂ,ହ୍ୟାଣ୍ଡ ଗ୍ଳୋବ୍ସ ସହ ଗରିବ ଅସହାୟ ମାନଙ୍କୁ ଖାଦ୍ୟ, ବସ୍ତ୍ର ଆଦି ଯୋଗାଇ ଦିଆଯାଇଥିଲା । ବିଶେଷତଃ ରାସ୍ତା କଡର ଭିକ୍ଷୁକ ତଥା ବିଭିନ୍ନ ବସ୍ତି ଅଞ୍ଚଳର ଗରିବ ଅସହାୟ ମାନଙ୍କୁ ରିଲିଫ ସାମଗ୍ରୀ ବଣ୍ଟନ କରାଯାଉଥିବାର ଦେଖିବାକୁ ମିଳିଛି । ଫାଉଣ୍ଡେସନର ପ୍ରତିଷ୍ଠାତା ଅଧ୍ୟକ୍ଷ ଚିନ୍ମୟ ଦାଶଙ୍କ ନିର୍ଦ୍ଦେଶ କ୍ରମେ କାର୍ଯ୍ୟକ୍ରମ ସଂଯୋଜକ ମାଷ୍ଟର ମିହିର କୁମାର, ନୀଳିମା ମଲ୍ଲିକ, ରଶ୍ମିତା ଜେନା, ରକି ଦାସ, ଦୁର୍ଗା ପ୍ରସାଦ ରାଉତ, ବିଶ୍ୱଜିତ ମଲ୍ଲିକ, ସତ୍ୟଜିତ ବାରିକ, ଦୀପ୍ତି ରଞ୍ଜନ ପ୍ରଧାନ ଓ ଅନ୍ୟ କର୍ମକର୍ତ୍ତା ମାନେ ଏହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ l

LEAVE A REPLY

Please enter your comment!
Please enter your name here