କଳାପଥର ( ଆୱାଜ ମିଡ଼ିଆ ) – ପ୍ରଶାନ୍ତ କୁମାର କର : ରାଜ୍ୟ ସରକାର ଙ୍କୁ ଟାର୍ଗେଟ କରି କଳାପଥର ଡ୍ରାଇଭର ମହାସଂଘ ଆଜି କଳାପଥର ବାବା କପିଳେଶ୍ୱର ମନ୍ଦିର ପ୍ରାଙ୍ଗଣରୁ ପଦ ଯାତ୍ରା ବଦଳରେ ଦଣ୍ଡବତ ଯାତ୍ରା ଆରମ୍ଭ କରିଛନ୍ତି ! ବିଗତ ଦିନରେ ଓଡିଶା ସରକାର ଡ୍ରାଇଭର ମହାସଂଘ କୁ ଦୀର୍ଘ ତିନି ମାସ ପ୍ରତିଶୃତି କହି ଆଜି କୁ ଏକ ବର୍ଷ ହୋଇଗଲାଣି କିନ୍ତୁ ଡ୍ରାଇଭର ମହାସଂଘ ଙ୍କ ଦାବୀ ପୂରଣ ହୋଇନାହିଁ ! ଏଥିପାଇଁ ଡ୍ରାଇଭର ମହାସଂଘ ର ସଭାପତି ବିଜୟ କୁମାର ପାତାଳସିଂହ ଙ୍କ ନିର୍ଦ୍ଦେଶ କ୍ରମେ ସଦସ୍ୟ ମାନେ ଏବେ ପଦ ଯାତ୍ରା ବଦଳରେ ଦଣ୍ଡବତ ଯାତ୍ରା କରି ତାଙ୍କ ର ଅଭିଯୋଗ କରିଛନ୍ତି ! ଆଜି ବାବା କପିଳେଶ୍ଵର ଡ୍ରାଇଭର ମହାସଂଘ କଳାପଥର ତରଫରୁ କଳାପଥର ର ଆରାଧ୍ୟ ଦେବତା ଶ୍ରୀ କପିଳେଶ୍ଵର ମନ୍ଦିର ପ୍ରାଙ୍ଗଣ ରୁ ଆରମ୍ଭ କରି ନବୀନ ନିବାସ ପର୍ଯ୍ୟନ୍ତ ଯିବା ପାଇଁ ପ୍ରସ୍ତୁତ ହୋଇ ସାରିଛନ୍ତି ! ଯଦି ଡ୍ରାଇଭର ମହାସଂଘ ର ଦାବି ପୂରଣ କରାନଯାଏ ତେବେ ଆଗାମୀ ଦିନରେ ଷ୍ଟେରିଙ୍ଗ ଛାଡ଼ ଆନ୍ଦୋଳନ କରାଯିବ ବୋଲି କଳାପଥର ଡ୍ରାଇଭର ମହାସଙ୍ଘ ର ଉପସଭାପତି ସୁରେଶ କୁମାର ପାତ୍ର ଚେତାବନୀ ଦେଇଛନ୍ତି ! ଏହି କାର୍ଯ୍ୟକ୍ରମ ରେ ସଭାପତି ବିଜୟ କୁମାର ପାତାଳସିଂ , ସହ-ସମ୍ପାଦକ ମନୋଜ କୁମାର ରାମ, ଆଡମିନ ପ୍ରକାଶ ଚନ୍ଦ୍ର ବାରିକ, ରାଘବ ନାୟକ, ସତ୍ୟରଞ୍ଜନ ସାହୁ ଏବଂ ସମସ୍ତ ସଦସ୍ୟ ଉପସ୍ଥିତ ରହି ଆନ୍ଦୋଳନ କୁ ଜୋରଦାର କରିଥିଲେ !
ବାବା କପିଳେଶ୍ଵର ଡ୍ରାଇଭର ମହାସଂଘର ନିଆରା କାର୍ଯ୍ୟକ୍ରମ !!!

