କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି କାର୍ଯ୍ୟକ୍ରମ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ଗୋଶାଣୀ ବ୍ଳକ ଅନ୍ତର୍ଗତ କେରାଣ୍ଡୀ ପଞ୍ଚାୟତର ନୂଆ କେରାଣ୍ଡୀ ଗ୍ରାମ ସ୍ଥିତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ କତଲ କଇଠା କ୍ଲଷ୍ଟର ସ୍ତରୀୟ ଶିଶୁ ପ୍ରତିଭା ମହୋତ୍ସବ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ କେରାଣ୍ଡୀ ସରପଞ୍ଚ ଏରୁସୁ ଦଣ୍ଡପାଣି ଓ କତଲ କଇଠା ସରପଞ୍ଚ ଏସ ଲିଙ୍ଗରାଜ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ବଳନ କରି ଶୁଭ ଉଦଘାଟନ କରିଥିଲେ । ଶିଶୁ ମାନଙ୍କ ଦ୍ଵାରା ଚିତ୍ରାଙ୍କନ ,ସଙ୍ଗୀତ, ରଚନା, ବକୃତା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । କୃତି ଛାତ୍ର ଛାତ୍ରୀ ମାନଙ୍କୁ ମୁଖ୍ୟ ଅତିଥି ଙ୍କ ଦ୍ଵାରା ପୁରସ୍କାର ଓ ମାନପତ୍ର ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଯେଉଁ ଛାତ୍ରଛାତ୍ରୀ ସଫଳତାର ସହ କୃତିତ୍ବ ହାସଲ କରିଛନ୍ତି ସେମାନେ ବ୍ଳକ ସ୍ତରୀୟ ଶିଶୁ ମହୋତ୍ସବରେ ଅଂଶ ଗ୍ରହଣ କରିବେ । ସ୍କୁଲର ପ୍ରଧାନ ଶିକ୍ଷକ ଏମ୍ ରବି କୁମାରଙ୍କ ସଭାପତିତ୍ୱରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଶିକ୍ଷକ ଏସ ଏସ ବି ପ୍ରସାଦ, ଶିକ୍ଷକ ଜୀ ମଙ୍ଗରାଜ, ଶିକ୍ଷୟିତ୍ରୀ ପୁଷ୍ପାଞ୍ଜଳି ପଣ୍ଡା, ଶିକ୍ଷୟିତ୍ରୀ ସୌଦାମିନୀ ପଣ୍ଡା, ରିତା ମିଶ୍ର, ଶିକ୍ଷକ ସଦାନନ୍ଦ ପାତ୍ର, ଶିକ୍ଷକ ଭେଙ୍କେଟେ ରାମାଣା ପ୍ରମୁଖ ଏହି କାର୍ଯ୍ୟକ୍ରମରେ ସହଯୋଗ କରିଥିବା ବେଳେ ସି ଆର ସି ସି ଏଚ ଗୌରୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Leave a Reply

Your email address will not be published. Required fields are marked *