୯୪୬ ଦିନରେ ପହଁଚିଲା ଚିନ୍ମୟ ଫାଉଣ୍ଡେସନର କରୋନା ସଚେତନତା, କିଟ୍ ଓ ରିଲିଫ ବଣ୍ଟନ କାର୍ଯ୍ୟକ୍ରମ !!!

Spread the love

ଯାଜପୁର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ବିଶ୍ୱରୁ ମହାମାରୀ କରୋନାର ପ୍ରକୋପ ସମ୍ପୂର୍ଣ୍ଣ ଭାବରେ ଲୋପ ପାଇନାହିଁ l ଏଥିପାଇଁ ଚିନ୍ମୟ ଫାଉଣ୍ଡେସନର ଦିନ ସଂଖ୍ୟା ୯୪୨ ରୁ ୯୪୬ ( ମଙ୍ଗଳବାର ରୁ ରବିବାର) ପର୍ଯ୍ୟନ୍ତ ୫ ଦିନ ଧରି ସ୍ଥାନୀୟ ଯାଜପୁର ଜିଲ୍ଲାର ବିଭିନ୍ନ ସ୍ଥାନରେ ଲୋକ ମାନଙ୍କୁ ସଚେତନ କରାଇବା ସହ ଓଡିଶା ସରକାରଙ୍କର କରୋନା ଗାଇଡ଼ ଲାଇନ୍ ଡିସେମ୍ବର-୩୧ ସମ୍ପର୍କରେ ଅବଗତ ଓ ପାଳନ କରିବାକୁ ପରାମର୍ଶ ଦିଆଯାଇଥିଲା । ଏତଦଦ୍ଭିନ୍ନ ଲୋକମାନଙ୍କୁ ମାକ୍ସ, ସାବୁନ , ସାନିଟାଇଜର, ଓ.ଆର.ଏସ, ବ୍ଲିଚିଂ,ହ୍ୟାଣ୍ଡ ଗ୍ଳୋବ୍ସ ସହ ଗରିବ ଅସହାୟ ମାନଙ୍କୁ ଖାଦ୍ୟ, ବସ୍ତ୍ର ଆଦି ଯୋଗାଇ ଦିଆଯାଇଥିଲା । ବିଶେଷତଃ ରାସ୍ତା କଡର ଭିକ୍ଷୁକ ତଥା ବିଭିନ୍ନ ବସ୍ତି ଅଞ୍ଚଳର ଗରିବ ଅସହାୟ ମାନଙ୍କୁ ରିଲିଫ ସାମଗ୍ରୀ ବଣ୍ଟନ କରାଯାଉଥିବାର ଦେଖିବାକୁ ମିଳିଛି । ଫାଉଣ୍ଡେସନର ପ୍ରତିଷ୍ଠାତା ଅଧ୍ୟକ୍ଷ ଚିନ୍ମୟ ଦାଶଙ୍କ ନିର୍ଦ୍ଦେଶ କ୍ରମେ ସମାଜସେବୀ ଶ୍ରୀକ୍ଷେତ୍ର ସାହୁ, ଝୁନା ରାଣୀ ମଲ୍ଲିକ ଓ ଅନ୍ୟ କର୍ମକର୍ତ୍ତା ମାନେ ଏହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ l

Leave a Reply

Your email address will not be published. Required fields are marked *