ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଥିବା ଜଳଛାୟା ପ୍ରକଳ୍ପ ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟଟି ସମସ୍ୟା ଘେରରେ ରହିଥିବା ଦେଖିବାକୁ ମିଳିଛି । ଦୀର୍ଘ 5 ବର୍ଷରୁ 10 ବର୍ଷ ହେବ ଅଫିସର କାର୍ଯ୍ୟରତ କର୍ମଚାରୀଙ୍କ ବଦଳି ହେଉ ନ ଥିବା ସମସ୍ତ ଙ୍କୁ ଆଚମ୍ବିତ କରିଛି । ସେହିଭଳି କ୍ଷେତ୍ର କର୍ମଚାରୀ ମାନେ ମଧ୍ୟ ଦୀର୍ଘ ବର୍ଷ ହେଲା ଅନ୍ୟତ୍ର ବଦଳି ହେଉ ନଥିବା ଅଭିଯୋଗ ହେଉଛି । ଏପଟେ ରାଜ୍ୟ ସରକାର 5T , ମୋ ସରକାର କହୁଥିବା ବେଳେ ସ୍ୱଚ୍ଛତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ତେଣୁ ଏଥିପ୍ରତି ରାଜ୍ୟ ସରକାର ବା ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ତୁରନ୍ତ ପଦକ୍ଷେପ ନେଇ କାର୍ଯ୍ୟାଳୟରେ ନୂତନ କର୍ମଚାରୀ ନିର୍ଯୁକ୍ତି ଦେଇ ତୁରନ୍ତ ବଦଳି କରିବାକୁ ଦାବି ହେଉଛି ।
ସମସ୍ୟା ଘେରରେ ଜଳଛାୟା ପ୍ରକଳ୍ପ ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ !!!

