ସରପଞ୍ଚଙ୍କ ନାମରେ ନକଲି ଦସ୍ତଖତ କରି ଋଣ ନେବାକୁ ଉଦ୍ୟମ : ଧରା ପଡିଲା ଜାଲିଆତି !!!

Spread the love

ନୟାଗଡ ( ଆୱାଜ ମିଡ଼ିଆ ) – ବିଶ୍ବଭୂଷଣ ମହାପାତ୍ର : ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଳକ ଅନ୍ତର୍ଗତ ବାଣିଗୋଛା ପଞ୍ଚାୟତର ସରପଞ୍ଚ ସସ୍ମିତା ମହାକୁଡ଼ଙ୍କ ଜାଲ ଦସ୍ତଖତ ଓ ସିଲ୍ ବ୍ୟବହାର କରି ପୂର୍ବତନ ନାଏବ ସରପଞ୍ଚ ଏକ ଘରୋଇ ଫାଇନାନ୍ସ ସଂସ୍ଥାରୁ ଋଣ ନେବାକୁ ଉଦ୍ୟମ କରୁଥିବା ବାଣିଗୋଛା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ବାଣୀଗୋଛା ସରପଞ୍ଚ । ଅଭିଯୋଗରୁ ପ୍ରକାଶ , ଦାମୋଦର ନାୟକ ପୂର୍ବରୁ ବାଣିଗୋଛା ପଞ୍ଚାୟତରେ ନାଏବ ସରପଞ୍ଚ ଥିବା ବେଳେ ଚତୁରତାର ସହ ସରପଞ୍ଚଙ୍କ ସିଲ୍ ପାଖରେ ରଖୁଥିଲେ । ଗତ ୬ ମାସ ହେବ ଦାମୋଦର ଏହି ସିଲ୍ ଅନୈତିକ ଭାବେ ବିଭିନ୍ନ କାର୍ଯ୍ୟରେ ବ୍ୟବହାର କରି ଆସୁଥିଲେ । ମାତ୍ର ଏକ ଘରୋଇ ସଂସ୍ଥା ଠାରୁ ଲୋନ ନେବାକୁ ଉକ୍ତ ସିଲ୍ , ନକଲି ଦସ୍ତଖତ କରି ଫାଇନାନ୍ସ କମ୍ପାନିରେ ଜମା ଦେଇଥିବା ସରପଞ୍ଚ ସସ୍ମିତା ଜାଣିବାକୁ ପାଇଥିଲେ । ପରେ ସସ୍ମିତା ବାଣିଗୋଛା ଥାନାରେ ଏକ ଲିଖିତ ଅଭିଯୋଗ କରିବା ପରେ ବାଣିଗୋଛା ଥାନା ଅଧିକାରୀ ଦାମୋଦରକୁ ଅଟକ ରଖିଥିଲେ । ପରେ ଏକ ଚୁକ୍ତିନାମା ମାଧ୍ୟମରେ ଆପୋଷ ସମାଧାନ ହୋଇଥିବା ବାଣିଗୋଛା ଥାନା ଅଧିକାରୀ ସଞ୍ଜୟ ମଲ୍ଲିକ ସୂଚନା ଦେଇଛନ୍ତି ।

Leave a Reply

Your email address will not be published. Required fields are marked *