କୃଷ୍ଣ ଙ୍କ କାନ୍ଧରେ ଲକ୍ଷ୍ମୀ ଓ ସରସ୍ଵତୀ ଙ୍କ ବୋଝ !!!

Spread the love

ପାରାଦୀପ ( ଆୱାଜ ମିଡିଆ ) – ଚକ୍ରବର୍ତ୍ତୀ ଓତା : ବେସାହାରା ଏବେ କୃଷ୍ଣ | କାରଣ କୃଷ୍ନ ଙ୍କ ପାଇଁ ଚିନ୍ତା ସାଜିଛନ୍ତି ଏବେ ଲକ୍ଷ୍ମୀ ଆଉ ସରସ୍ଵତୀ | ଦୁଇଜଣ ଙ୍କ ବୋଝ କୁ ବୁହାଇ କୃଷ୍ନ ଏବେ ନୟାନ୍ତ | ମଗା ଯଚ୍ଚା ରେ ବିତୁଛି ସାରା ପରିବାର | ଯିଏ ଯାହା ଦେଲେ ଖାଉଛନ୍ତି ନହେଲେ ଉପବାସ ରେ ବିତୁଛି ସାରା ଦିନ ! ବନ୍ଦର ନଗରୀ ପାରାଦୀପ ରେ ସମସ୍ତେ ଧାଁ ଦୌଡ଼ କରୁଥିବା ବେଳେ ଏହି ନଗରୀ ର ଲକପଡା ରେ ଦେଖିବାକୁ ମିଳିଛି ଏକ କରୁଣ ଚିତ୍ର | ଗୋଟିଏ ପରିବାର ରେ ସତେ ଯେମିତି ଭାଗବାନ ଅଜାଡି ଦେଇଛନ୍ତି ସବୁତକ ଦୁଃଖ ଆଉ ଯନ୍ତ୍ରଣା | ଅଢେଇ ଦିନ ଖାଇଲେ ଆଉ ଅଢେଇ ଦିନ ଉପବାସ ରେ ସାରା ପରିବାର | ଏ ହେଉଛି ଲକପଡା ର କୃଷ୍ନପଦ ମଣ୍ଡଲ ଙ୍କ ପରିବାର ର ବାସ୍ତବ କାହାଣୀ | ଦେଖନ୍ତୁ ସ୍ତ୍ରୀ ସରସ୍ଵତୀ ବ୍ରେନ ଷ୍ଟ୍ରୋକ ରେ ପକ୍ଷାଘାତ ର ଶିକାର ଆଉ ମା ଲକ୍ଷ୍ମୀ ମଧ୍ଯ ପକ୍ଷାଘାତ ରୋଗ ରେ ସଜା ଶାୟୀ , ମୂଲ ଲାଗିଲେ ଏମାନଙ୍କର ଚୁଲି ଜଳୁଥିଲା | ସ୍ଵାମୀ କୃଷ୍ନପଦ ଆଉ ସ୍ତ୍ରୀ ସରସ୍ଵତୀ ଦୁଇଜଣ ଯାକ ମୂଲ ଲାଗି ଯାହା କିଛି ରୋଜଗାର କରୁଥିଲେ ସେଥିରେ ମା ଲକ୍ଷ୍ମୀ ଙ୍କ ଚିକିସ୍ଥା ସହ ସୁଖଦୁଃଖ ରେ ଚାଲୁଥିଲା ତାଙ୍କ ତେଲଲୁଣ ର ସଂସାର | ହେଲେ ଦୈବ ସହିଲା ନାହିଁ | ବ୍ରେନ ଷ୍ଟ୍ରୋକ ହେବାରୁ ସ୍ତ୍ରୀ ସରସ୍ଵତୀ ମଧ୍ଯ ହେଲେ ପକ୍ଷାଘାତ ର ଶିକାର | ସବୁଠାରୁ ବଡ କଥା ହେଉଛି ଏହି ପରିବାର ପାଖରେ ନାହିଁ ବିଜୁ ସ୍ୱାସ୍ଥ୍ୟ କାର୍ଡ | ସ୍ତ୍ରୀ ସରସ୍ଵତୀ ଙ୍କର ଅପରେସନ ପାଇଁ ଆବଶ୍ୟକ ହେଉଥିବା ମୁଠା ମୁଠା ଟଙ୍କା ମଧ୍ଯ କୃଷ୍ନପଦ ଙ୍କ ପାଖରେ ନାହିଁ | ଦୁଇ ଦୁଇଟା ପକ୍ଷାଘାତ ରୋଗୀ ଙ୍କୁ ସେବା କରି କରି କୃଷ୍ଣପଦ ମଧ୍ଯ ଯାଇ ପାରୁନାହାନ୍ତି ମୂଲ ଲାଗିବାକୁ | ଏବେ ଭରସା କେବଳ ପଡୋଶୀ ଙ୍କ ସାହାଯ୍ଯ କୁ | ମୁଠାଏ ଯିଏ ଦେବେ ତିନିପ୍ରାଣୀ ଖାଇ ବଞ୍ଚିବେ , ନହେଲେ ଉପବାସ | ଯନ୍ତ୍ରଣା ରେ ଜର୍ଜରିତ ଏହି ପରିବାର କୁ ଦେଖିଲେ ବାସ୍ତବିକ ଦୁଃଖ କଣ ଯେ କେହି ବି ଅନୁଭବ କରିବ | ତୁରନ୍ତ ଏହି ପରିବାର କୁ ସରକାରୀ କିମ୍ବା ବେସରକାରୀ ଅନୁଷ୍ଠାନ ସାହାଯ୍ଯ ର ହାତ ବଢ଼ାଇ ଏମାନଙ୍କ ଦୁଃଖ ଲାଘବ କରିବାକୁ ଦାବି ହେଉଛି |

Leave a Reply

Your email address will not be published. Required fields are marked *