ପାରାଦୀପ ( ଆୱାଜ ମିଡିଆ ) – ଚକ୍ରବର୍ତ୍ତୀ ଓତା : ପାରାଦୀପ ବନ୍ଦର ପକ୍ଷରୁ ସମ୍ପନ୍ନ ହୋଇଯାଇଛି ଲେବର ଟ୍ରଷ୍ଟି ନିର୍ବାଚନ | ଏହି ନିର୍ବାଚନ ରେ ମୋଟ ୩୯୧ ଜଣ ବନ୍ଦର କର୍ମଚାରୀ ମତଦାନ କରିବାକୁ ଥିବା ବେଳେ ଆଠ ଟି ଶ୍ରମିକ ସଂଗଠନ ଏଥିରେ ଭାଗ ନେଇଥିବା ଜଣାପଡିଛି | ପ୍ରଥମ ଓ ଦ୍ଵିତୀୟ ସର୍ବାଧିକ ଭୋଟ ପାଇଥିବା ପ୍ରାର୍ଥୀ ପାରାଦୀପ ବନ୍ଦର ପ୍ରସାଶନ କୁ ଦୁଇ ଲେବର ଟ୍ରଷ୍ଟି ଭାବେ ନିର୍ବାଚିତ ହୋଇ ଯିବେ | ପାରାଦୀପ ବନ୍ଦର ରେ କାର୍ଯ୍ୟ କରୁଥିବା ତୃତୀୟ ଓ ଚତୁର୍ଥ ଶ୍ରେଣୀ କର୍ମଚାରୀ ମାନଙ୍କ ବିଭିନ୍ନ ସମସ୍ୟା , ବିଶୁଦ୍ଧ ପାନୀୟ ଜଳ ଯୋଗାଣ ଓ ଶ୍ରମିକ ମାନଙ୍କ କର୍ମକ୍ଷେତ୍ରରେ ହିତ ସାଧନ ପାଇଁ ଏମାନେ ବନ୍ଦର ପ୍ରଶାସନ ସହ ରହି କାର୍ଯ୍ୟ କୁ ଆଗକୁ ବଢାଇବେ ବୋଲି ଜଣାପଡିଛି | ମତଦାନ ଅପରାହ୍ଣ ୪ ଟା ବେଳେ ସରିଥିବା ବେଳେ ସନ୍ଧ୍ୟା ରେ ଭୋଟ ଗଣତି ହୋଇ ନବ ନିର୍ବାଚିତ ଦୁଇ ଟ୍ରଷ୍ଟି ଙ୍କ ନାମ ଘୋଷଣା କରାଯାଇଛି |
ପାରାଦୀପ ବନ୍ଦର ଟ୍ରଷ୍ଟ ବୋର୍ଡ ନିର୍ବାଚନ ଅନୁଷ୍ଠିତ !!!

