ପ୍ରତିବର୍ଷ ଶ୍ରୀକ୍ଷେତ୍ରରୁ ଆସୁଛି ନେମାଳ : ଜଗନ୍ନାଥଙ୍କ ପରମ ଭକ୍ତ, ବୁଢ଼ା ପାତି ମାଙ୍କଡ଼ !!!

Spread the love

ନିଶ୍ଚିନ୍ତକୋଇଲି ( ଆୱାଜ ମିଡ଼ିଆ ) – ଡମ୍ବରୁଧର ବେହେରା : ଭଗବାନଙ୍କୁ ଦର୍ଶନ କରି ମନୁଷ୍ୟ ଯେ କେବଳ ପୁଣ୍ୟ ଅର୍ଜନ କରେ ତାହା ନୁହେଁ , ଜୀବଜନ୍ତୁ ମଧ୍ୟ ମନୁଷ୍ୟଙ୍କ ଭଳି ଭଗବାନଙ୍କ ଦର୍ଶନ କରିଥାନ୍ତି । ତାହାର ଏକ ଉଦାହରଣ ଦେଖିବାକୁ ମିଳିଛି କଟକ ଜିଲ୍ଲା ନେମାଳ ପୀଠରେ । ଏକ ବୁଢା ପାତି ମାଙ୍କଡ଼ ଶ୍ରୀକ୍ଷେତ୍ର ପୁରୀରୁ ମହାପୁରୁଷ ଅଚ୍ୟୁତାନନ୍ଦଙ୍କ ପୀଠ ନେମାଳକୁ ଗତ କିଛିବର୍ଷ ହେବ ଆସୁଥିବାର ଲୋକମାନେ ଦେଖି ପରିପ୍ରକାଶ କରିଛନ୍ତି । ଶ୍ରୀକ୍ଷେତ୍ର ପୁରୀ ରୁ ମହାପୁରୁଷ ଅଚ୍ୟୁତାନନ୍ଦ ଙ୍କ ପୀଠ ନେମାଳ କୁ ବିଭିନ୍ନ ସମୟରେ ଭକ୍ତ ଓ ଶ୍ରଦ୍ଧାଳୁ ମାନେ ଦର୍ଶନ ନିମନ୍ତେ ଆସିଥାନ୍ତି | ହେଲେ ଏଠାରେ ଏକ ଅଲୌକିକ ଘଟଣା ଦେଖିବାକୁ ମିଳିଛି | କୁହାଯାଉଛି, ଏକ ବୁଢ଼ା ପାତି ମାଙ୍କଡ ଏହି କାର୍ତ୍ତିକ ପୁଣ୍ୟମାସ ରେ ପୁରୀ ଜଗନ୍ନାଥ ଧାମ ରୁ ସୁଦୂର କଟକ ଜିଲ୍ଲା ସାଲେପୁର ଶିଶୁଆ ବ୍ୟାରେଜ ଦେଇ ଚିତ୍ରୋତ୍ପଳା ନଦୀ ବନ୍ଧରେ ଯାଇ ନେମାଳ ଅଚ୍ୟୁତାନନ୍ଦ ଙ୍କ ପୀଠକୁ ବିଗତ କିଛି ବର୍ଷ ହେବ ଆସୁଛି | ଚିତ୍ରୋତ୍ପଳା ନଦୀବନ୍ଧ ରେ ଆସିବା ବାଟରେ ମାଙ୍କଡ କୁ ଲୋକମାନେ ପୁଣ୍ୟ ଅର୍ଜନ ଉଦେଶ୍ୟ ରେ ଖାଇବାକୁ ବିଭିନ୍ନ ଫଳ ଦେଉଥିବା ଦେଖିବାକୁ ମିଳିଛି | ଠିକ ଏହି ସମୟରେ ମାଙ୍କଡ ଟିର ଆଗମନ ଯୋଗୁଁ ସାଧାରଣ ଲୋକେ, ଶ୍ରଦ୍ଧାଳୁ ଓ ଭକ୍ତ ମାନଙ୍କ ମନରେ ଈଶ୍ୱରୀୟ ଭାବନା ସୃଷ୍ଟି କରୁଛି |

Leave a Reply

Your email address will not be published. Required fields are marked *