ବାଙ୍କୀ ( ଆୱାଜ ମିଡ଼ିଆ ) – ଅନନ୍ତ ରଣା : ଅଧପନ୍ତରିଆ ହୋଇ ପଡ଼ିରହିଛି ରାସ୍ତା ନିର୍ମାଣ କାମ ! ବାଙ୍କୀ ସଦର ମହକୁମା ମୁଖ୍ୟ ରାସ୍ତା ପାଲଟିଛି ମରଣଯନ୍ତା ! ସାଧାରଣ ଲୋକ ଯିବା ଆସିବା ରେ ହେଉଛି ଅନେକ ସମସ୍ୟା ! ଡଷ୍ଟ ଉଡି ପ୍ରତିଦିନ ଘଟୁଛି ଦୁର୍ଘଟଣା ! ଅନ୍ୟ ପକ୍ଷରେ ଠିକାଦାର ତରବରିଆ ଭାବରେ କାମ କରି ଚାଲିଯିବା ପାଇଁ ବସିଛି ! ଯେତିକି ବି କାମ କରିଛନ୍ତି କେଉଁଠି ସିମେଣ୍ଟ ଛାଡି କଂକ୍ରିଟ ଦେଖାଗଲାଣି ତ ଆଉ କୋଉଠି ମାଟି ଦବି ପିଚୁ ଉଠିଗଲାଣି ! ବାରମ୍ବାର ଅଭିଯୋଗ ପରେ ବିଭାଗୀୟ ଅଧିକାରୀ ଚୁପ , ରାସ୍ତାର କଦର୍ଯ୍ୟ ଅବସ୍ଥା ଯୋଗୁଁ ଲୋକେ ନୟାନ୍ତ ! ତେଣେ ବିଧାୟକ ଓ ପୂର୍ବତନ ବିଧାୟକ ଗଳା ଫଟାଇ ଭାଷଣ ମାରୁଛନ୍ତି ସବୁଜ ବାଙ୍କୀ , ସମୃଦ୍ଧ ବାଙ୍କୀ !
ଅଧପନ୍ତରିଆ ନିର୍ମାଣ କାମ : ବାଙ୍କୀ ସଦର ମହକୁମା ମୁଖ୍ୟ ରାସ୍ତା ପାଲଟିଛି ମରଣଯନ୍ତା !!!

