ଭକ୍ତି ପୁଷ୍ପାଞ୍ଜଳି ଭଜନ ସନ୍ଧ୍ୟା ଆୟୋଜିତ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : କଳା ସଂସ୍କୃତି ର ସହର ପାରଳାଖେମୁଣ୍ଡି ଜଗନ୍ନାଥ ମନ୍ଦିର ନିକଟରେ କାର୍ତ୍ତିକ ମାସ ଉପଲକ୍ଷେ ଭକ୍ତି ପୁଷ୍ପାଞ୍ଜଳି ଭଜନ ସନ୍ଧ୍ୟା ଆୟୋଜିତ ହୋଇଯାଇଛି । ଆୟୋଜକ ଅନୁଷ୍ଠାନର ସଭାପତି ହରି ମୋହନ ପଟନାୟକ ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ କୁ ଦେବୀ ମଠ ମହନ୍ତ ମହାରାଜ ରାମାନନ୍ଦ ଦାସ ଉଦଘାଟନ କରିଥିବା ବେଳେ ମୂଖ୍ୟ ଅତିଥି ଭାବରେ ପାରଳା ବିଧାୟକ କେ.ନାରାୟଣ ରାଓ ଓ ସମ୍ମାନୀତ ଅତିଥି ଭାବରେ ସାହିତ୍ୟକ ବିଚିତ୍ରାନନ୍ଦ ବେବର୍ତ୍ତା ଉପସ୍ଥିତ ରହି ଆୟୋଜକ ଅନୁଷ୍ଠାନ କୁ ଭୂୟସୀ ପ୍ରଶଂସା କରିଥିଲେ । ଅନୁଷ୍ଠାନ ର ସଂପାଦକ ହେମନ୍ତ ପଟନାୟକ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ସମସ୍ତ କାର୍ଯ୍ୟକ୍ରମ ଆୟୋଜିତ ହେଇଥିବା ବେଳେ ଉପ ସଭାପତି ଲୋକନାଥ ମିଶ୍ର ସ୍ୱାଗତ ଭାଷଣ ଦେଇଥିଲେ ! ଶ୍ୟାମସୁନ୍ଦର ଗନ୍ତାୟତ ଓ କୈଳାସ ପଟନାୟକ ସାଂସ୍କୃତିକ କାର୍ଯ୍ୟକ୍ରମ କୁ ସଂଯୋଜନା କରିଥିଲେ । ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ବିଶିଷ୍ଟ ବ୍ୟକ୍ତି ବିଶେଷ ମାନଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା । ପରେ ବିଳମ୍ବିତ ରାତ୍ର ଯାଏଁ ଗଂଜାମ ଜିଲ୍ଲା ଓ ଗଜପତି ଜିଲ୍ଲାର ବିଶିଷ୍ଟ କଳାକାର ମାନେ ସୁନ୍ଦର ଭଜନ ପରିବେଷଣ କରିଥିଲେ । ବହୁ ଦିନ ପରେ ସହର ରେ ଏହିପରି ଭଜନ କାର୍ଯ୍ୟକ୍ରମ ପରିବେଷଣ ହୋଇଥିବାରୁ ବହୁ ସଂଖ୍ୟାରେ ଦର୍ଶକ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *