ଖଣ୍ଡପଡ଼ା ବ୍ଲକ୍‌ ରେ ଜିଲ୍ଲାପାଳଙ୍କ ଜନଶୁଣାଣୀ ଶିବିର !!!

Spread the love

ନୟାଗଡ଼ ( ଆୱାଜ ମିଡ଼ିଆ ) – ବିଶ୍ବଭୂଷଣ ମହାପାତ୍ର : ଖଣ୍ଡପଡ଼ା ପଞ୍ଚାୟତ ସମିତି ସଭାଗୃହରେ ଜିଲ୍ଲାପାଳ ରବିନ୍ଦ୍ର ନାଥ ସାହୁଙ୍କ ଅଧ୍ୟକ୍ଷତାରେ ବ୍ଲକ ସ୍ତରୀୟ ଜନଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ଜିଲ୍ଲାପାଳ ଶ୍ରୀ ସାହୁ ଲୋକ ମାନଙ୍କର ବିଭିନ୍ନ ଅଭିଯୋଗ ଶୁଣିଥିଲେ । ସମୁଦାୟ ୧୯୧ ଗୋଟି ଅଭିଯୋଗ ପଞ୍ଜୀକୃତ ହୋଇଥିଲା । ସେଥି ମଧ୍ୟରୁବ୍ୟକ୍ତିଗତ ଭାବେ ୧୭୩ ଟି ଅଭିଯୋଗ, ସାମୁହିକ ଗ୍ରାମ ବିବାଦ ୧ ଗୋଟିର ଶୁଣାଣି କରାଯାଇ ସମୁଦାୟ ୬୯ ଗୋଟି କେଶ ର ତତ୍‌କାଳ ସମାଧାନ କରାଯାଇଥିଲା । ସେହିପରି ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୧୭ ଜଣ ଦରଖାସ୍ତକାରୀଙ୍କୁ ଆର୍ଥିକ ସହାୟତା ମଂଜୁର କରାଯାଇଥିଲା । ଅବଶିଷ୍ଟ କେଶ ଗୁଡ଼ିକୁ ସାମାଧାନ ନିମନ୍ତେ ସଂପୃକ୍ତ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଥିଲା । ଏହି ଜନଶୁଣାଣି ଶିବିରରେ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଅଲେଖ ଚନ୍ଦ୍ର ପହି, ମୁଖ୍ୟ ଉନ୍ନୟନ ଅଧିକାରୀ , ଜିଲ୍ଲା ପରିଷଦ ସୁବାସ ଚନ୍ଦ୍ର ରାୟ, ଉପ ଜିଲ୍ଲାପାଳ ଲଗ୍ନଜିତ ରାଉତ,ଖଣ୍ଡପଡ଼ା ପଞ୍ଚାୟତ ସମିତି ଉପାଧ୍ୟକ୍ଷ ଶିଶିର ସାହୁ, ଡେପୁଟି କଲେକ୍ଟର ( ଅଭିଯୋଗ ) ଆୟୁଶୀ ମହାପାତ୍ର, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଖଣ୍ଡପଡ଼ା, ତହସିଲଦାର ଖଣ୍ଡପଡ଼ା, ଜିଲ୍ଲା ସ୍ତରୀୟ ପଦାଧିକାରୀ , ଲାଇନ ବିଭାଗର ଅଧିକାରୀ ମାନେ ଉପସ୍ଥିତ ରହି ବିଭିନ୍ନ ସମସ୍ୟା ଗୁଡ଼ିକ ଶୁଣାଣି କରିବାରେ ଜିଲ୍ଲାପାଳ ଶ୍ରୀ ସାହୁଙ୍କୁ ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *