ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଯୁଧିଷ୍ଠିର ବେହେରା ଓରଫ (ଟିକି) ଅଟୋ ଚଳାଇ ଯାହା କିଛି ସ୍ୱଳ୍ପ ପଇସା ରୋଜଗାର କରନ୍ତି ସାତ ପ୍ରାଣୀ କୁଟୁମ୍ବ ଚଳିବାକୁ ନିଅଣ୍ଟ ହୁଏ । ତଥାପି ହାର ମାନି ନାହାନ୍ତି , ରୋଜଗାର ପାଇଁ ମୁଣ୍ଡ ଉପରେ ବଡ ବୋଝ ! ଆଜିକା ସମୟରେ ସ୍ୱଳ୍ପ ପଇସା ଅର୍ଥାତ ୧୫୦ କିମ୍ବା ୨୦୦ ଟଙ୍କାରେ ପିଲା ମାନଙ୍କ ପାଠ ପଢ଼ିବା ସହିତ ବୃଦ୍ଧା ବାପା ମାଙ୍କ ରକ୍ଷାଣବେକ୍ଷଣ ତାଙ୍କ ପାଇଁ ଏବେ କଷ୍ଟକର ହୋଇ ପଢ଼ିଛି । ବଡ ଝିଅ ଶୁଭସ୍ମିତା ବେହେରା ପଇସା ପତ୍ର ଅଭାବରୁ ଇଚ୍ଛା ଥିଲେ ମଧ୍ୟ ଅଧାରୁ ପାଠ ଛାଡିଛନ୍ତି l ଆମେ କହୁଚୁ ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ଅନ୍ତର୍ଗତ ଗମ୍ଭାରୀମୁଣ୍ଡା ପଞ୍ଚାୟତ ଖଜୁରିଆ ଗ୍ରାମର ବ୍ରଜବନ୍ଧୁ ବେହେରାଙ୍କ ପରିବାର କଥା । ପରିବାର କହିବାକୁ ଗଲେ ସାତ ପ୍ରାଣୀ କୁଟୁମ୍ବ . ଭଙ୍ଗା ଦଦରା ଘରେ ବିତୁଛି ଜୀବନ । ସରକାରଙ୍କ ମାଳ ମାଳ ଯୋଜନା ତାଙ୍କ ପାଇଁ ପାଲଟିଛି ସାତ ସପନ ! ଆଜି ପର୍ଯ୍ୟନ୍ତ ସରକାରୀ ସହାୟତା ରୁ ବଞ୍ଚିତ ଅଛନ୍ତି ଏହି ପରିବାର । ଘର ଖଣ୍ଡେ ପାଇଁ ସ୍ଥାନୀୟ ସରପଞ୍ଚ ଙ୍କୁ ବାରମ୍ବାର ବାରମ୍ବାର ଜଣେଇ ଥିଲେ ସୁଦ୍ଧା ଆଜି ପର୍ଯ୍ୟନ୍ତ ହୋଇପାରିଲାନି ଆବାସ ଯୋଜନା ! ତା ସାଙ୍ଗକୁ ବ୍ରଜବନ୍ଧୁଙ୍କ ସ୍ତ୍ରୀ ପ୍ରମିଳା ବେହେରା ବୟସ ୬୫ ରୁ ଉର୍ଦ୍ଧ ହେଲାଣି , ସେ ମଧ୍ୟ ବାରମ୍ବାର ବାରମ୍ବାର ଅଭିଯୋଗ ସତ୍ତ୍ୱେ ମିଳିପାରୁନି ବାର୍ଦ୍ଧକ୍ୟ ଭତ୍ତା । ଏଠି ପଶ୍ନ ଉଠୁଛି ସରକାରଙ୍କ ମାଳ ମାଳ ଯୋଜନା କାହା ପାଇଁ ?? ଏଥିରୁ ଯାହା ସ୍ପଷ୍ଟ ବାରି ହେଉଛି ରାଜନେତା ମାଳ ମାଳ , କିନ୍ତୁ କାମ ଦୁର୍ବଳ ! ଯଦି ଏହି ଗରିବ ପରିବାର ପାଇଁ କିଛି ଯୋଜନା ନାହିଁ ଏଠି କାହା ସ୍ବାର୍ଥରେ ଏହି ସବୁ ଯୋଜନା ।