ଚିଲିକା ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ ଅନ୍ତର୍ଗତ ସିଙ୍ଗେଶ୍ଵର ଗ୍ରାମ ପଞ୍ଚାୟତ ଧୁଆଁଳ ଗ୍ରାମର ବାତ୍ୟା ଆଶ୍ରୟସ୍ଥଳୀ ଠାରେ ଜାତୀୟ ବିପର୍ଯ୍ୟୟ ପ୍ରଶମନ ଦିବସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଚିଲିକା ପଂଚାୟତ ସମିତି ଆନୁକୁଲ୍ୟରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମକୁ ବ୍ଲକ ଅଧ୍ୟକ୍ଷା ଜ୍ୟୋସ୍ନାରାଣୀ ବେହେରାଙ୍କ ପୌରୋହିତ୍ୟରେ ସଂପାଦନ କରାଯାଇଥିଲା । ବହୁମୁଖି ବାତ୍ୟା ଆଶ୍ରୟସ୍ଥଳୀ ଠାରେ ଚାଲିଥିବା ଏହି ସାତ ଦିନିଆ ତାଲିମ୍ ଶିବିର ରେ ବାତ୍ୟା ଆଶ୍ରୟସ୍ଥଳୀ କମିଟି ସଦସ୍ୟ ମାନେ, ଉଦ୍ଧାରକାରୀ ଦଳ, ଆପାତ କାଳୀନ ଚିକିତ୍ସା ସେବା ଯୋଗାଇ ଦେଉଥିବା ଦଳ ଓ ସ୍ଥାନୀୟ ଯୁବକ ଯୁବତୀ ଓ ଏସଡିଏମଏ ପ୍ରଶିକ୍ଷକ ମାନଙ୍କ ଦ୍ଵାରା ପ୍ରଶିକ୍ଷଣ ପ୍ରାପ୍ତ ହୋଇଥିଲେ । ପ୍ରାକୃତିକ ବିପର୍ଯ୍ୟୟ ସମୟରେ ନିଜର ପରିବାର ସଦସ୍ୟ ମାନଙ୍କୁ ଓ ଗ୍ରାମବାସୀ ମାନଙ୍କୁ କିପରି ସୁରକ୍ଷା ଦେଇ ପାରିବ ସେ ବିଷୟରେ ପ୍ରଶିକ୍ଷଣ ପ୍ରାପ୍ତ ହୋଇଥିଲେ । ଶେଷ ଦିନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସିଙ୍ଗେଶ୍ୱର ସରପଂଚ, ଅଠର ବାଟିଆ ସରପଂଚ, ନିମିକ୍ଷେତା ସରପଞ୍ଚ, ବଡ଼କୂଳ ସରପଂଚ ଓ ସମିତି ସଭ୍ୟ ଓ ସରକାରୀ ଅଧିକାରୀ ପ୍ରମୁଖ ଯୋଗ ଦେଇ ପ୍ରାକୃତିକ ବିପର୍ଯ୍ୟୟରେ କିପରି ମୁକାବିଲା କରି ଜନସାଧାରଣଙ୍କର ଧନ ଜୀବନର ସୁରକ୍ଷା କରାଯାଇ ପାରିବ ସେ ସଂପର୍କରେ ବିଭିନ୍ନ ପ୍ରକାର କୌଶଳ ଓ ସୂଚନା ପ୍ରଦାନ କରିଥିଲେ । ସର୍ବ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରାଯାଇଥିଲା ।
ଚିଲିକା ଧୁଆଁଳ ଗ୍ରାମ ଠାରେ ଜାତୀୟ ବିପର୍ଯ୍ୟୟ ପ୍ରଶମନ ଦିବସ କାର୍ଯ୍ୟକ୍ରମ ଅନୁଷ୍ଠିତ !!!

